Connect with us

ଅପରାଧ

ରାଜଧାନୀରେ ଫୁଟିଲା ଗୁଳି :- ୨ଜଣ ଗୁରୁତର l

ରାଜଧାନୀରେ ଫୁଟିଲା ଗୁଳି :- ୨ଜଣ ଗୁରୁତର l

ରାଜଧାନୀରେ ଫୁଟିଲା ଗୁଳି :- ୨ଜଣ ଗୁରୁତର l
ଭୁବନେଶ୍ୱର,୨ା୯ : ରାଜଧାନୀ ଭୁବନେଶ୍ୱରରେ ରବିବାର ଅପରାହ୍ନରେ ଗୁଳିକାଣ୍ଡ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ସହିଦ ନଗର ଥାନା ଅନ୍ତର୍ଗତ ଟଙ୍କପାଣିରୋଡ ବ୍ରିଜ୍ ନିକଟରେ ଏହି ଗୁଳିକାଣ୍ଡ ହୋଇଛି । ଏହି ଘଟଣାରେ ୨ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

ଦୁର୍ବୃତ୍ତମାନେ ଏକ କାରରେ ଆସି ଟଙ୍କପାଣି ବ୍ରିଜ୍ ନିକଟରେ ୪ ରାଉଣ୍ଡ ଗୁଳି ଫୁଟାଇଥିଲେ । ଏଥିରୁ କିଛି ଗୁଳି ୨ଜଣ ଯୁବକଙ୍କ ଶରୀରେ ବାଜିଥିଲା । ଫଳରେ ସେମାନେ ଆହତ ହୋଇଥିଲେ । ଗୁଳିକାଣ୍ଡରେ ସୁଶାନ୍ତ ଭୋଇ ନାମକ ଜଣେ ବ୍ୟକ୍ତି ଆହତ ହୋଇଥିବା ଜଣାପଡିଛି ।ସେ ଶିଶୁପାଳ ଅଂଚଳର ବସିନଦା ବୋଲି ସନ୍ଦେହ କରାଯାଉଛି l କେଉଁ କାରଣରୁ ଦୁର୍ବୃତ୍ତମାନେ ଗୁଳିକାଣ୍ଡ କରିଛନ୍ତି, ତାହା ଜଣାପଡିନାହିଁ । ସୂଚନା ମିଳିବା ପରେ ପୋଲିସ ଛାନଭିନ ଚଳାଇଛି ।

ସୂଚନାଯୋଗ୍ୟ ଯେ, କମିଶନରେଟ୍ ପୋଲିସର ଦୁର୍ବଳତାର ସୁଯୋଗ ନେଇ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ସମୟରେ ଅପରାଧିକ ଘଟଣା ଦେଖିବାକୁ ମିଳୁଛି । ଅନେକ ସମୟରେ ଅପରାଧୀ ଖସିଯାଉଛି । ଫଳରେ ରାଜଧାନୀରେ ସାଧାରଣ ଜୀବନ ପ୍ରତି ବିପଦ ରହୁଛି ବୋଲି ବୁଦ୍ଧିଜୀବୀମାନେ ପ୍ରତିକ୍ରିୟା ରଖିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ