Connect with us

ଦେଶ

ଦେଶର ପ୍ରଥମ ମଲଟି ମଡେଲ ଟର୍ମିନାଲ ଲୋକାର୍ପିତ

ସାଙ୍କେତିକ ଚିତ୍ର

ଦେଶର ପ୍ରଥମ ମଲଟି ମଡେଲ ଟର୍ମିନାଲ ଲୋକାର୍ପିତ
ବାରଣାସୀ୧୨ା୧୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବାରଣାସୀରେ ଦେଶର ପ୍ରଥମ ମଲ୍ଟି ମଡେଲ ଟର୍ମିନାଲକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ସେ ବାରଣାସୀରେ ପହଞ୍ଚିବା ପରେ ଏହି ବନ୍ଦରାଗ୍ରାମ ସ୍ଥିତ ଉଦଘାଟନି ସମାରୋହକୁ ଗଙ୍ଗାନଦୀ କୂଳରୁ ପାଦରେ ଚାଲିକରି ଯାଇଥିଲେ । ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଉପସ୍ଥିତ ରହିଥିଲେ । ଏହି ସମୟରେ ମୋଦି ନିର୍ମାଣଧୀନ ପ୍ରଶାସନିକ ଭବନକୁ ଦେଖିଥିଲେ । ଏହାପରେ ସେ ଦୁଇଟି ଜାତୀୟ ରାଜପଥକୁ ଲୋକାର୍ପିତ କରିଛନ୍ତି । ଏହାବ୍ୟତୀତ ନିଜ ନିର୍ବାଚନମଣ୍ଡଳୀ କାଶୀରେ ପ୍ରଧାନମନ୍ତ୍ରୀ ୨୪୧୩ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପକୁ ଶିଳାନ୍ୟାସ ଏବଂ ଉଦଘାଟନ କରିଛନ୍ତି ।

ଏହି ଅବସରରେ ମୋଦି କହିଛନ୍ତି ଯେ, ଆଗାମୀ ପିଢ଼ି ପାଇଁ ବାରଣାସୀ ଏକ ଉଦାହରଣ । ଆଜିର ଦିନ ଭାରତ ବର୍ଷ ପାଇଁ ଏକ ଐତିହାସିକ ଦିନ । ହରିଦ୍ୱାର ଘାଟରୁ ଜଳପଥରେ ବାଣିଜ୍ୟ କାରବାରକୁ ପୂର୍ବରୁ ଅନେକ ଦଳ ହସରେ ଉଡାଇ ଦେଇଥିଲେ । କିନ୍ତୁ ଆଜି କଣ୍ଟେନର କୋଲକାତା ଯାଉଛି । ୮୦୦ କୋଟି ଟଙ୍କାରେ ନିର୍ମିତ ରାଜପଥ ବାବତପୁର ଏୟାରପୋର୍ଟକୁ ସହର ସହ ଯୋଡିବ । ଏହାସହିତ ବିଦେଶୀ ପର୍ଯ୍ୟଟକଙ୍କୁ ମଧ୍ୟ ଆକର୍ଷିତ କରିବ । ଆଜି ରାମନଗରରେ ୨୦,୮୦୦.୦୦ ଲକ୍ଷ କୋଟି ଟଙ୍କା ପଞ୍ଜି ନିବେଶରେ ନିର୍ମିତ ଆଇଡବ୍ଲ୍ୟୁଟି ମଲ୍ଟିମଡେଲ ଟର୍ମିନାଲ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି । ମୋଟ ୪ଟି ମଲ୍ଟି-ମଡେଲ ଟର୍ମିନାଲରୁ ଏହା ହେଉଛି ପ୍ରଥମ ଟର୍ମିନାଲ, ଯାହାକୁ କି ରାଷ୍ଟ୍ରୀୟ ଜଳମାର୍ଗ-୧ରେ ନିର୍ମାଣ କରାଯାଇଛି । ଅନ୍ୟ ୩ଟି ଟର୍ମିନାଲ ସାହିବଗଞ୍ଜ, ହଲଦିଆ ଏବଂ ଗାଜିପୁରରେ ନିର୍ମାଣ କରାଯାଉଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ବାରଣାସୀରେ ୨ଟି ଜାତୀୟ ରାଜପଥକୁ ଲୋକାର୍ପଣ କରିଛନ୍ତି । ଏହି ସଡକ ମାର୍ଗ ନିର୍ମାଣରେ ୧,୫୭୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହାର ଲମ୍ବ ୩୪ କିଲୋମିଟର । ମନ୍ତ୍ରାଳୟ ଅନୁସାରେ ୧୬.୫୫ କିଲୋମିଟର ଲମ୍ବ ବାରାଣସୀ ରିଙ୍ଗରୋଡ, ପ୍ରଥମ ପର୍ଯ୍ୟାୟରେ ମୋଟ ୭୫୯.୩୬ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ବାବତପୁର-ବାରାଣସୀ ଜାତୀୟ ରାଜପଥ ୫୬ର ୧୭.୨୫ କିଲୋମିଟର ପାଇଁ ୮୧୨.୫୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ