Connect with us

ଦେଶ

ମୋଦି ଶକ୍ତିଶାଳୀ : ରଜନୀକାନ୍ତ

ସାଙ୍କେତିକ ଚିତ୍ର

ମୋଦି ଶକ୍ତିଶାଳୀ : ରଜନୀକାନ୍ତ
ଚେନ୍ନାଇ,୧୩ା୧୧ : ଦକ୍ଷିଣ ଭାରତର ସୁପରଷ୍ଟାର ଅଭିନେତା ରଜନୀକାନ୍ତ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶକ୍ତିଶାଳୀ ଓ ସେ ବିରୋଧୀଙ୍କ ପାଇଁ ବିପଦ ବୋଲି କହିଛନ୍ତି । ରଜନୀକାନ୍ତଙ୍କ ମନ୍ତବ୍ୟକୁ ନେଇ ସେ ବିଜେପି ସହ ମେଣ୍ଟ କରିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ପ୍ରକାଶଥାଉ କି, ରାଜନୀତିରେ ପ୍ରବେଶ ପରଠାରୁ କେଉଁ ଦଳ ସହ ମେଣ୍ଟ କରିବେ ତାହା ରଜନୀକାନ୍ତ ସ୍ପଷ୍ଟ କରୁନାହାନ୍ତି । ହେଲେ ଗତିବିଧିରୁ ସେ ବିଜେପି ମୁହାଁ ହେଉଥିବା ଆଲୋଚନା ହେଉଛି ।

ରଜନୀକାନ୍ତ ମଙ୍ଗଳବାର ପିଏସ୍ ଗାର୍ଡେନ ସ୍ଥିତ ନିଜ ବାସଭବନରେ ସାମ୍ବାଦିକଙ୍କୁ ସମ୍ବୋଧନ କରି କହିଥିଲେ ଯେ, ଯଦି ୧୦ଟି ଦଳ ଜଣଙ୍କ ବିରୋଧରେ ଏକଜୁଟ୍ ହେଉଛନ୍ତି ତେବେ କିଏ ଅଧିକ ଶକ୍ତିଶାଳୀ ତାହା ବୁଝି ହେଉଛି । ବିରୋଧୀ ଦଳଗୁଡିକ ବିଜେପିକୁ ବିପଦ ବୋଲି ଭାବୁଛନ୍ତି । ତେଣୁ ବିଜେପି ବିରୋଧୀଙ୍କ ପାଇଁ ବିପଦ ହୋଇପାରେ । ତେବେ ବିଜେପି ସହ ମେଣ୍ଟ ନେଇ ସେ କିଛି ନିଷ୍ପତ୍ତି ନେଇନାହାନ୍ତି ବୋଲି କହିଛନ୍ତି । ରଜନୀକାନ୍ତଙ୍କ ଏହି ବୟାନକୁ ବିଜେପି ପାଇଁ ସକରାତ୍ମକ ବୋଲି ଧରାଯାଉଛି ।

ଏପଟେ ରଜନୀକାନ୍ତ ଡିସେମ୍ବର ୧୨ ନିଜ ଜନ୍ମଦିନ ଅବସରରେ ରାଜନୈତିକ ଦଳ ଘୋଷଣା କରିବେ ବୋଲି ଆଶା କରାଯାଉଛି । ଉଲ୍ଲେଖଯୋଗ୍ୟ ଯେ, ତାମିଲନାଡୁ ବିଧାନସଭା ନିର୍ବାଚନରେ ସମସ୍ତ ୨୩୪ ଆସନରେ ପ୍ରାର୍ଥୀ ଦେବେ ବୋଲି ରଜନୀକାନ୍ତ ପୂର୍ବରୁ ଘୋଷଣା କରିସାରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ