Connect with us

ଦେଶ

ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟରେ ୭୦% ମତଦାନ

ସାଙ୍କେତିକ ଚିତ୍ର

ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟରେ ୭୦% ମତଦାନ
ଛତିଶଗଡ଼,୧୨ା୧୧ : ନକ୍ସଲଙ୍କ ଧମକକୁ ଖାତିର କଲେନି ଭୋଟର । ମାଓଗଡରେ ନିଜ ଅଧିକାର ଜାହିର କରି ନକ୍ସଲଙ୍କୁ ଉଚିତ ଜବାବ ଦେଇଛନ୍ତି ଛତିଶଗଡ଼ ଜନତା । ରାଜ୍ୟରେ ୧୮ଟି ବିଧାନସଭା ଆସନରେ ଆଜି ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ଭୋଟ ଗହଣରେ ଅତି ଉତ୍ସାହଜନକ ମତଦାନ ହୋଇଛି । ପ୍ରାୟ ୭୦% ମତଦାତା ବୁଲେଟର ଜବାବ ବାଲଟ ଅର୍ଥାତ ଇଭିଏମରେ ଦେଇଛନ୍ତି । ଯାହା ଗତବର୍ଷ ତୁଳନାରେ ଅଧିକ ।

ରାଜ୍ୟର ସବୁଠାରୁ ଅଧିକ ନକ୍ସଲ ପ୍ରଭାବିତ ଜିଲ୍ଲା ସୁକମାର ପାଲାମା ଆଡଗୁରେ ୧୫ ବର୍ଷ ପରେ ଜନତା ନିଜ ଅଧିକାରକୁ ବ୍ୟବହାର କରିଛନ୍ତି । ମାଓ ପ୍ରଭାବିତ ମୋହନା, ମାନପୁର, ଅନ୍ତାଗଡ, କୋଙ୍କେଇ, କେଶକାଲ, କାଣ୍ଡଡୋଗାମ, କୋଣ୍ଟା ଏବଂ ବିଜାପୁରରେ ସକାଳ ୭ରୁ ଦ୍ୱିପ୍ରହର ୩ଟା ଯାଏଁ ମତଦାନ ଚାଲିଥିଲା । ଅନ୍ୟ ସମସ୍ତ ସ୍ଥାନରେ ଅପରାହ୍ନ ୫ଟା ଯାଏଁ ଭୋଟଗ୍ରହଣ ଜାରି ରହିଥିଲା । ସେହିପରି ଦାନ୍ତେୱାଡା ଜିଲ୍ଲାରେ ନକ୍ସଲମାନେ ବିସ୍ଫୋରଣ ଘଟାଇଥିଲେ । ବିଜାପୁରରେ ଯବାନ ଏବଂ ନକ୍ସଲ ମୁହାଁମୁହିଁ ହୋଇଥିଲେ । ଏଥିରେ ୩ଜଣ ଯବାନ ଆହତ ହେବା ସହ ୫ଜଣ ମାଓ କ୍ୟାଡର ନିହତ ହୋଇଛନ୍ତି ।

ସକାଳୁ ଭୋଟରମାନେ ଲମ୍ବା ଲାଇନରେ ଆସି ନିଜର ମତଦାନ ସାବ୍ୟସ୍ତ କରିଥିଲେ । ମହିଳାମାନେ ଭାରି ମାତ୍ରାରେ ବୁଥରେ ଉପସ୍ଥିତ ରହିଥିଲେ । ଯୁବ ଭୋଟରମାନେ ନିଜ ମନ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ । ନାରାୟଣପୁର ଜିଲ୍ଲାରେ ଆତ୍ମସମର୍ପଣ କରିଥିବା କିଛି ନକ୍ସଲ ଦମ୍ପତି ଭୋଟଦାନ କରିବାର ଦେଖାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ