Connect with us

ଓଡିଶା

ସବୁ ସ୍ୱୟଂସହାୟକ ଗୋଷ୍ଠୀକୁ ମିଳିବ ସ୍ମାର୍ଟଫୋନ୍ : ମୁଖ୍ୟମନ୍ତ୍ରୀ

ସାଙ୍କେତିକ ଚିତ୍ର

ସବୁ ସ୍ୱୟଂସହାୟକ ଗୋଷ୍ଠୀକୁ ମିଳିବ ସ୍ମାର୍ଟଫୋନ୍ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୪ା୧୧: ମିଶନ ଶକ୍ତି ସଦସ୍ୟାଙ୍କୁ ସ୍ମାର୍ଟ ଫୋନ ଦେବେ ରାଜ୍ୟ ସରକାର । ଏହାଦ୍ୱାରା ରାଜ୍ୟରେ ଥିବା ୬ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୭୦ ଲକ୍ଷ ମହିଳା ଉପକୃତ ହେବେ । ମେକ ଇନ ଓଡିଶା କନକ୍ଲେଭରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏନେଇ ଘୋଷଣା କରିଛନ୍ତି । ଏହାଦ୍ୱାରା ମହିଳାମାନେ ଡିଜିଟାଲି ସଶକ୍ତ ହୋଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହିଳାଙ୍କ ବଂଚିବାର ସମୟ ସୀମା ୧୦ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ମାତୃ ମୃତ୍ୟୁ ହାର ହ୍ରାସ କରିବାରେ ଓଡିଶା ଆଗରେ ରହିଛି । ସେହିପରି ଶିଶୁ ମୃତ୍ୟୁ ହାରରେ ଓଡିଶା ଜାତୀୟ ହାର ଠାରୁ ଭଲ ସ୍ଥିତିରେ ରହିଛି । ମିଶନ୍ ଶକ୍ତି ଗ୍ରୁପ୍ ମାନଙ୍କୁ ଆର୍ଥିକ ସହାୟତା ଦେବା ଲାଗି ବ୍ୟାଙ୍କ୍ ମାନେ ନିଜ ଭିତରେ ପ୍ରତିଯୋଗୀତା କରୁଛନ୍ତି । ରାଜ୍ୟରେ ମିଶନ୍ ଶକ୍ତି ଗ୍ରୁପ୍ ର ଋଣ ପରିଶୋଧ ହାର ମଧ୍ୟ ୯୫ ପ୍ରତିଶତରୁ ଅଧିକ ରହିଛି । ଏହା ଅନ୍ୟ ରାଜ୍ୟ ମାନଙ୍କ ଠାରୁ ବହୁତ ଭଲ ସ୍ଥିତି ଅଟେ । ମିଶନ୍ ଶକ୍ତି ଗ୍ରୁପ୍ ମାନଙ୍କୁ ୧ ପ୍ରତିଶତ ସୁଧ ହାରରେ ଋଣ ଯୋଗାଇ ଦିଆଯାଉଛି ।

ସେ ଆହୁରି କହିଥିଲେ ଯେ ମହିଳାମାନଙ୍କ ରାଜନୈତିକ ସଶକ୍ତିକରଣ କ୍ଷେତ୍ରରେ ବିଜୁ ବାବୁ ଥିଲେ ଅଗ୍ରଦୂତ । ପଂଚାୟତିରାଜ ଓ ପୌର ପରିଷଦ ଗୁଡିକରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ କରିଥିଲେ । ତାଙ୍କ ସରକାର ଏହାକୁ ୫୦ ପ୍ରତିଶତ କୁ ବୃଦ୍ଧି କରିଛି ଏବଂ ବାସ୍ତବରେ ଏହା ୫୦ ପ୍ରତିଶତରୁ ଅଧିକ ।

ଅନ୍ୟପକ୍ଷେ ମେକ ଇନ ଓଡିଶାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଚଳିତ ବର୍ଷର କନକ୍ଲେଭ ରେକର୍ଡ କରିଛି । ଏଥିରେ ମୋଟ ୪ ଲକ୍ଷ ୧୯ ହଜାର ୫୭୪ କୋଟି ଟଙ୍କାର ପୁଂଜି ନିବେଶର ପ୍ରସ୍ତାବ ଆସିଛି । ବିଭିନ୍ନ କ୍ଷେତ୍ରରେ ଏହି ନିବେଶ ଫଳରେ ୫ ଲକ୍ଷ ୯୧ ହଜାର ନୂଆ ନିଯୁକ୍ତି ସମ୍ଭାବନା ସୃଷ୍ଟି ହେବ । ରାଜ୍ୟରେ ଦକ୍ଷତା ବିକାଶ ହେଉଥିବା ବେଳେ ଆଗାମୀ ଦିନରେ ଏହା ପୂର୍ବ ଭାରତର ମାନୁଫାକ୍ଚରିଂ ହବ୍ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ମେକ୍ ଇନ୍ ଓଡିଶାର ତୃତୀୟ ସଂସ୍କରଣ ଅ।ସନ୍ତା ୨୦୨୦ ନଭେମ୍ବର ୩୦ରୁ ଡିସେମ୍ବର ୪ ଯାଏଁ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା