Connect with us

ବିଦେଶ

ଦୁଇଦିନ ବନ୍ଦ ରହିବ ଇଣ୍ଟରନେଟ୍ !

ସାଙ୍କେତିକ ଚିତ୍ର

ଦୁଇଦିନ ବନ୍ଦ ରହିବ ଇଣ୍ଟରନେଟ୍ !
ମସ୍କୋ,୧୨ା୧୦ : ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ପାଇଁ ଆସନ୍ତା ଦୁଇଦିନ କଷ୍ଟକର ରହିବ । କାରଣ ଆସନ୍ତା କାଲିଠାରୁ ୪୮ଘଣ୍ଟା ପର୍ଯ୍ୟନ୍ତ ବିଶ୍ୱବ୍ୟାପୀ ଇଣ୍ଟରନେଟ୍ ସେବା ବନ୍ଦ ରହିବ । ‘ଋଷିଆ ଟୁଡେ’ରେ ପ୍ରକାଶିତ ରିପୋର୍ଟ ଅନୁସାରେ ଇଣ୍ଟରନେଟ୍ ଉପଭୋକ୍ତାଙ୍କୁ ଆସନ୍ତା ୪୮ଘଣ୍ଟା ପର୍ଯ୍ୟନ୍ତ ନେଟ୍ୱାର୍କ ସଂଯୋଗ ବିଚ୍ଛିନ୍ନ ହେବା ଭଳି ସମସ୍ୟାର ସାମ୍ନା କରିବାକୁ ପଡିବ ।

ସୂଚନା ଅନୁସାରେ ଇଣ୍ଟରନେଟର ମୁଖ୍ୟ ସର୍ଭର ବା ମେନ୍ ଡୋମେନ୍ ସର୍ଭରକୁ ସଂଯୋଗ କରୁଥିବା ନେଟ୍ୱାର୍କ ଇନଫାଷ୍ଟ୍ରକଚର ପ୍ରାୟ ୪୮ ଘଣ୍ଟା ବନ୍ଦ ରହିବ । ‘ଦ ଇଣ୍ଟରନେଟ୍ ଅଫ୍ ଆସାଇଣ୍ଡ ଆଣ୍ଡ ନମ୍ବର୍ସ (ଆଇସିଏଏନ୍ଏନ୍)ରେ ୪୮ଘଣ୍ଟା ପର୍ଯ୍ୟନ୍ତ ପରିଚାଳନା (ମେଣ୍ଟେନାନ୍ସ) କାର୍ଯ୍ୟ ହେବ । ଏଥିରେ ଆଇସିଏଏନ୍ଏନ୍ ପକ୍ଷରୁ କିପ୍ଟୋଗ୍ରାଫିକ୍ କି’ ବଦଳା ଯିବ । ଏହା ଇଣ୍ଟରନେଟ୍ର ଆଡ୍ରେସ୍ ବୁକ୍ ବା ଡୋମେନ୍ ନେମ ସିଷ୍ଟମ (ଡିଏନ୍ଏସ୍)କୁ ସୁରକ୍ଷା ଦେବ । ଆଇସିଏଏନ୍ଏନ୍ ପକ୍ଷରୁ କୁହାଯାଇଛି ଯେ, ଦିନକୁ ଦିନ ସାଇବର ଆଟାକ୍ ବା ସାଇବର ଅପରାଧ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ଏହାକୁ ରୋକିବା ପାଇଁ କିପ୍ଟୋଗ୍ରାଫିକ୍ କି’କୁ ବଦଳାଇବାକୁ ନିଷ୍ପତ୍ତି ନିଆଯାଇଛି ।

ଯୋଗାଯୋଗ ନିୟାମକ ପ୍ରାଧିକରଣ (ସିଆରଏ) ପକ୍ଷରୁ କୁହାଯାଇଛି ଯେ, ସ୍ଥିର ଏବଂ ହ୍ୟାକରୁ ସୁରକ୍ଷିତ ଡିଏନ୍ଏସ୍ ସୁନିଶ୍ଚିତ କରିବା ପାଇଁ ବିଶ୍ୱବ୍ୟାପୀ ଇଣ୍ଟରନେଟକୁ କିଛି ସମୟ ବନ୍ଦ କରିବାକୁ ପଡିବ । ଏହି ସମୟ ମଧ୍ୟରେ ସିଷ୍ଟମ ସିକ୍ୟୁରିଟି ଆକ୍ସେସନ୍କୁ ଏନାବଲ କରି ଇଣ୍ଟରନେଟ୍ ସେବା ପ୍ରଦାନକାରୀ ସଂସ୍ଥା (ଆଇଏସ୍ପିଏସ୍) ମାନେ ନିଜ ଉପଭୋକ୍ତାଙ୍କୁ ଇଣ୍ଟରନେଟ୍ ସେବା ଯୋଗାଇ ପାରିବେ । କିନ୍ତୁ ମଝିରେ ମଝିରେ ଇଣ୍ଟରନେଟ୍ ସେବା ବ୍ୟାହତ ହେବ । ଫଳରେ ଏହି ସମୟ ମଧ୍ୟରେ ବ୍ୟାଙ୍କ ଲିଙ୍କ୍ ଓ ବ୍ୟାଙ୍କ ଟ୍ରାଞ୍ଜାକ୍ସନ ଫେଲ୍ ହେବା ଭଳି ସମସ୍ୟା ଦେଖାଯିବ ।

Click to comment

Leave a Reply

Your email address will not be published. Required fields are marked *

More in ବିଦେଶ