Connect with us

ବିଦେଶ

ଇଣ୍ଟରନେଟ୍‌ ସେବା ବନ୍ଦ ହେବା ଖବର :- ଭାରତରେ ଏହାର କୌଣସି ପ୍ରଭାବ ପଡିବ ନାହିଁ

ସାଙ୍କେତିକ ଚିତ୍ର

ଇଣ୍ଟରନେଟ୍‌ ସେବା ବନ୍ଦ ହେବା ଖବର :- ଭାରତରେ ଏହାର କୌଣସି ପ୍ରଭାବ ପଡିବ ନାହିଁ

ନୂଆଦିଲ୍ଲୀ,୧୩।୧୦: ଇଣ୍ଟରନେଟ୍‌ ସେବା ବନ୍ଦ ହେବା ଖବର ପ୍ରକାଶ ପାଇଲାପରେ ସରକାର କହିଛନ୍ତିଯେ, ଭାରତରେ ଏହାର କୌଣସି ପ୍ରଭାବ ପଡିବ ନାହିଁ । ଭାରତ ସରକାରଙ୍କର ଜଣେ ବରିଷ୍ଠ ସାଇବର ସିକ୍ୟୁରିଟି ଅଧିକାରି ଏହି ସୂଚନା ଦେଇ କହିଛନ୍ତିଯେ ,ଇଣ୍ଟରନେଟ୍‌ ସେବା ବନ୍ଦ ହେବା ଖବର ପ୍ରଥମେ ରୁଷ ଗଣମାଧ୍ୟମରେ ପ୍ରକାଶ ପାଇଥିଲେ ସୁଦ୍ଧା ଏହାର ପ୍ରଭାବ ଭାରତରେ ପଡିବ ନାହିଁ ।

ସୂଚନାଅନୁସରେ , ଦ ଇଣ୍ଟରନେଟ୍‌ କର୍ପୋରେଶନ ଅଫ୍‌ ଆସାଇଣ୍ଡ ନେମ୍ସ ଆଣ୍ଡ ନମ୍ବର୍ସ (ଆଇସିଏଏନ୍‌ଏନ୍‌) ନନ୍‌ ପ୍ରଫିଟ୍‌ ପ୍ରାଇଭେଟ୍‌ ଅର୍ଗାନାଇଜେଶନ୍‌ ଡୋମେନ୍‌ ନାମକ ସଂସ୍ଥା ଆଇପି ଆଡ୍ରେସ୍‌ ଯୋଗାଇ ଥାଏ । ଏହି ସଂସ୍ଥା ନିଜର କ୍ରେପ୍ଟୋଗ୍ରାଫିକ୍‌ରେ ବଡ ଧରଣର ଅଦଳ ବଦଳ କରିବାକୁ ଯାଉଛି । ଯାହାପାଇଁ ଇଣ୍ଟରନେଟ୍‌ ସେବାରେ ବାଧା ଉପୁଜିବ।ର ସମ୍ଭାବନା ଅଛି । କାରଣ ମୁଖ୍ୟ ଡୋମେନ୍‌ ସର୍ଭର ଓ ଓ୍ବେବକୁ କଣ୍ଟ୍ରୋଲ କରୁଥିବା ଇନଫ୍ରାଷ୍ଟ୍ରକଚରକୁ କିଛି ସମୟ ପାଇଁ ବନ୍ଦ କରି ଦିଆଯିବ । ହେଲେ ଏହାଦ୍ୱାରା ସମ୍ପୂର୍ଣ୍ଣ ରୂପେ ଇଣ୍ଟରନେଟ୍‌ ସେବା ବନ୍ଦ ହେବ ନାହିଁ । କାରଣ ଗୋଟିଏ ଦିନ ପୂର୍ବରୁ ଏହି କାମ ଆରମ୍ଭ ହୋଇଥିଲେ ସୁଦ୍ଧା ଏହାର ସେତେଟା ପ୍ରଭାବ ଦେଖିବାକୁ ମିଳିନାହିଁ ।

Click to comment

Leave a Reply

Your email address will not be published. Required fields are marked *

More in ବିଦେଶ