Connect with us

ଦେଶ

ଦିଲ୍ଲୀ ପୋଲିସ ଜାତି ଓ ଧର୍ମ ଦେଖି ପକ୍ଷପାତିତା କରେ ନାହିଁ – ଅମିତ ଶାହା

ସାଙ୍କେତିକ

ଦିଲ୍ଲୀ ପୋଲିସ ଜାତି ଓ ଧର୍ମ ଦେଖି ପକ୍ଷପାତିତା କରେ ନାହିଁ – ଅମିତ ଶାହା
ନୂଆଦିଲ୍ଲୀ, ୧୬ ଫେବୃୟାରୀ – ଦିଲ୍ଲୀ ପୋଲିସର ୭୩ତମ ସ୍ଥାପନା ଦିବସରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ନୂଆ ପୋଲିସ ଲାଇନ ଠାରେ ଆୟୋଜିତ ସମାରୋହରେ ଉଦବୋଧନ ଦେଇ ସଂସଦ ଉପରେ ହୋଇଥିବା ଆକ୍ରମଣର ଶହୀଦ ଯବାନ ମାନଙ୍କୁ ମନେ ପକାଇଛନ୍ତି । ସେ କହିଛନ୍ତି ଯେ, ଦିଳ୍ଲୀର ଅପରାଧ ଉପରେ ନିୟନ୍ତ୍ରଣ କରିବା ଏକ ଆହ୍ୱାନ । କିନ୍ତୁ ଦିଲ୍ଲୀ ପୋଲିସ ସବୁବେଳେ ସମସ୍ତ ଆହ୍ୱାନକୁ ଅତ୍ୟନ୍ତ ସରଳ ଭାବରେ ସାମ୍ନା କରି ଆସିଛି । ଦିଲ୍ଲୀ ପୋଲିସ ଜାତି ଓ ଧର୍ମକୁ ଦେଖି କେବେହେଲେ କାମ କରେ ନାହିଁ ।
ଦିଲ୍ଲୀ ପୋଲିସ ଅପରାଧକୁ ରୋକିବା ପାଇଁ ଆହୁରି ଭଲ ପ୍ରୟାସ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ମହିଳା ପିସିଆର ଭ୍ୟାନ, ମୋବାଇଲ ଆପ୍‌, ୩୦୦ ତୀବ୍ର ବାଇକ୍‌, ମହିଳା କମାଣ୍ଡୋ, ପ୍ରହରୀ ଓ ମହିଳା ପରାକ୍ରମ ଟିମ୍ ଦିଲ୍ଲୀ ପୋଲିସରେ ସାମିଲ ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ