Connect with us

ଦେଶ

ଅରବିନ୍ଦ କେଜିରୱାଲ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ

ସାଙ୍କେତିକ

ଅରବିନ୍ଦ କେଜିରୱାଲ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ
– ୬ ଜଣ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କଲେ
ନୂଆଦିଲ୍ଲୀ, ୧୬ ଫେବୃୟାରୀ – ଆମ ଆଦମୀ ପାର୍ଟିର ଶୀର୍ଷ ନେତା ଅରବିନ୍ଦ କେଜିରୱାଲ ରବିବାର ଦିନ ତୃତୀୟ ଥର ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ରାମଲୀଳା ମଇଦାନରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଦିଲ୍ଲୀର ଉପ ରାଜ୍ୟପାଳ ଅନୀଲ ବୈଜଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ।
ତାଙ୍କ ସହିତ ପଟପଡ଼ ଗଂଜର ବିଧାୟକ ମନିସ ଶିସୋଦିଆ, ସକୁର ବସ୍ତିର ବିଧାୟକ ସତ୍ୟେନ୍ଦ୍ର ଜେନ, ବାବରପୁରର ବିଧାୟକ ଗୋପାଳ ରାୟ, ନଜଫ ଗଡ଼ର ବିଧାୟକ କୈଳାସ ଗେହେଲତ, ବଲ୍ଲିମାରାରନର ବିଧାୟକ ଇମ୍ରାନ୍ ହୁସେନ୍ ଓ ସୀମାପୁରିର ବିଧାୟକ ରାଜେନ୍ଦ୍ର ଗୌତମ ମଧ୍ୟ ମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ