Connect with us

ଦେଶ

ଦିଲ୍ଲୀରେ ମହିଳାଙ୍କ ପାଇଁ ମାଗଣା ହେବ ମେଟ୍ରୋ ଓ ବସ୍ ଯାତ୍ରା

ସାଙ୍କେତିକ

ଦିଲ୍ଲୀରେ ମହିଳାଙ୍କ ପାଇଁ ମାଗଣା ହେବ ମେଟ୍ରୋ ଓ ବସ୍ ଯାତ୍ରା
ନୂଆଦିଲ୍ଳୀ , ୦୩ ଜୁନ୍ – ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମହିଳାମାନଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି । ଏଣିକି ରାଜଧାନୀ ଦିଲ୍ଲୀରେ ମହିଳାମାନେ ମାଗଣାରେ ଯାତ୍ରା କରିବେ । ଦିଲ୍ଲୀ ମେଟ୍ରୋ, ଡିଟିସି ବସ ଏବଂ କ୍ଲଷ୍ଟର ବସଗୁଡ଼ିକରେ ମହିଳାମାନଙ୍କ ପାଇଁ ଦେୟମୁକ୍ତ କରାଯିବ । ଯେଉଁ ମହିଳା ଟଙ୍କା ଦେବା ପାଇଁ ସକ୍ଷମ, ସେମାନେ ଟିକେଟ୍ କିଣି ପାରିବେ । ଏହି ଯୋଜନା ଆଗାମୀ ଦୁଇ-ତିନି ମାସରେ ଲାଗୁ କରାଯିବ । ମହିଳାଙ୍କ ସୁରକ୍ଷା ଓ ମେଟ୍ରୋର ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ଯୋଜନା ଲାଗୁ କରାଯାଇଛି ବୋଲି କେଜ୍ରିୱାଲ କହିଛନ୍ତି ।
ଆମେ ସବସିଡି ଭାବରେ ଏହି ଯୋଜନା କାର୍ଯ୍ୟକାରୀ କରିଛୁ । ତେଣୁ କେନ୍ଦ୍ର ସରକାରଙ୍କ ଠାରୁ ଅନୁମତି ନେବାର କୌଣସି ଆବଶ୍ୟକତା ନାହିଁ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତରରେ କହିଛନ୍ତି କେଜ୍ରିୱାଲ ।
ଏହା ସହ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀରେ ୭୦ ହଜାର ସିସିଟଭି କ୍ୟାମେରା ଲଗାଇବାକୁ ଘୋଷଣା କରିଛନ୍ତି । ଜୁନ ୮ ତାରିଖରୁ ଦିଲ୍ଲୀରେ ସିସିଟିଭି ଲଗାଇବା ଆରମ୍ଭ ହେବ । ଡିସେମ୍ବର ସୁଦ୍ଧା ଦିଲ୍ଲୀରେ ସିସିଟିଭି କ୍ୟାମେରା ଲଗାଇବା କାର୍ଯ୍ୟ ପୁରା ହେବ । ଆଗାମୀ ଦିନରେ ଦିଲ୍ଲୀରେ ଅଢେଇ ଲକ୍ଷ କ୍ୟାମେରା ଲଗାଯିବାର ଯୋଜନା ରହିଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ