Connect with us

ଦେଶ

ବାୟୁସେନାର ବିମାନ ଏଏନ-୩୨ ନିଖୋଜ

ସାଙ୍କେତିକ

ଅରୁଣାଚଳ ପ୍ରଦେଶରେ ବାୟୁସେନାର ବିମାନ ଏଏନ-୩୨ ନିଖୋଜ
୮ କର୍ମଚାରୀ ସମେତ ୧୩ ଯାତ୍ରୀ ଥିଲେ, ଅନୁସନ୍ଧାନ ଜାରି
ଜୋରହାଟ, ୦୨ ଜୁନ – ବାୟୁସେନାର ଏକ ଏଏନ୍-୩୨ ବିମାନ ଜୋରହାଟରୁ ସୋମବାର ଦିନ ଉଡ଼ି କିଛି ସମୟ ପରେ ରାଡାରରୁ ନିଖୋଜ ହୋଇଯାଇଥିବାର ସୂଚନା ମିଳିଛି ।
ପ୍ରତିରକ୍ଷା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବାୟୁସେନାର ଏକ ଏଏନ୍-୩୨ ବିମାନ ଜୋରହାଟରୁ ସୋମବାର ମଧ୍ୟାହ୍ନ ୧୨.୨୫ରେ ଅରୁଣାଚଳ ପ୍ରଦେଶର ମେଂଚୁକା ଠାରେ ଏଡବାଂଶ ଲ୍ୟାଣ୍ଡିଂ ଗ୍ରାଉଣ୍ଡ ଯିବାର ଥିଲା । ସୂଚନା ଅନୁସାରେ ବିମାନ ସହିତ ଶେଷ ସମ୍ପର୍କ ଅପରାହ୍ନ ୧ଟା ସମୟରେ ହୋଇଥିଲା । ଏହା ପର ବିମାନଟି ହଠାତ ରାଡାରରୁ ଉଭାନ ହୋଇଯାଇଥିଲା ଏବଂ କୌଣସି ସମ୍ପର୍କ ହୋଇପାରି ନଥିଲା ।
ବିମାନଟି ବାୟୁକ୍ଷେତ୍ରରୁ ଉଭାନ ହେବା ପରେ ବାୟୁସେନା ଦ୍ୱାରା ତତ୍କ୍ଷଣାତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଥିଲା । ବିମାନରେ ୧୩ଜଣ ଥିଲେ, ସେମାନଙ୍କ ମଧ୍ୟରୁ ୮ଜଣ କର୍ମଚାରୀ ଏବଂ ୫ଜଣ ଯାତ୍ରୀ ଥିଲେ । ବିମାନର ଅନୁସନ୍ଧାନ ପାଇଁ ସମସ୍ତ ଚେଷ୍ଟା ତୁରନ୍ତ କରାଯାଇଛି । ଅଧିକ ସୂଚନା ପାଇଁ ଅପେକ୍ଷା ରହିଛି । ଏହି ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏୟାର ମାର୍ଶାଲ ରାକେଶ ସିଂହଙ୍କ ସହିତ ଆଲୋଚନା କରିଛନ୍ତି । ସର୍ଚ୍ଚ ଅପରେସନ ଜାରି ରହିଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ