Connect with us

ଦେଶ

କରୋନା ପ୍ରଭାବିତ ଚୀନରୁ ୬୪୭ ଭାରତୀୟ ନାଗରିକଙ୍କୁ ଆଣିଛି ଭାରତ – ବୈଦେଶିକ ମନ୍ତ୍ରଣାଳୟ

ସାଙ୍କେତିକ

କରୋନା ଭାଇରସ ପ୍ରଭାବିତ ଚୀନରୁ ୬୪୭ ଭାରତୀୟ ଓ ମାଲଦୀପର ୭ ନାଗରିକଙ୍କୁ ଆଣିଛି ଭାରତ – ବୈଦେଶିକ ମନ୍ତ୍ରଣାଳୟ
– ଆଉ ଦଶ ଜଣ ଲୋକ ଚୀନରୁ ଭାରତ ଆସିବାକୁ ଚାହୁଁଛନ୍ତି
– ପାକିସ୍ତାନୀ ଛାତ୍ରଙ୍କୁ ଆଣିବାକୁ ପାକିସ୍ତାନ ସରକାରଙ୍କ ପକ୍ଷରୁ କୌଣସି ପ୍ରସ୍ତାବ ବର୍ତମାନ ସୁଦ୍ଧା ହସ୍ତଗତ ହୋଇ ନାହିଁ
ନୂଆଦିଲ୍ଲୀ, ୦୬ ଜାନୁଆରୀ – ଚୀନର କରୋନା ଭାଇରସ ପ୍ରଭାବିତ ଚୀନରୁ ୬୪୭ଜଣ ଭାରତୀୟ ଓ ମାଲଦୀପର ସାତ ଜଣ ନାଗରିକଙ୍କୁ ଦୁଇଟି ବିମାନ ମାଧ୍ୟମରେ ଭାରତ ଫେରାଇ ଆଣିଛନ୍ତି ଭାରତ ସରକାର । ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ରବୀଶ କୁମାର ଗୁରୁବାର ଦିନ ସାମ୍ବାଦିକ ମାନଙ୍କୁ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ଏହା ଏକ କଠିନ ଅଭିଯାନ ଥିଲା । ଏହାକୁ ସଫଳ କରିବା ପାଇଁ ଚୀନ ସରକାର ସହଯୋଗ ଓ ସୁବିଧା ପ୍ରଦାନ କରିଥିଲା । ତେଣୁ ଆମେ ତାଙ୍କୁ ଧନ୍ୟବାଦ ଦେଉଛୁ ।
ସେ କହିଛନ୍ତି ଯେ ତାଙ୍କ ବ୍ୟତୀତ ଆଉ ଦଶ ଜଣ ଭାରତୀୟ ଚୀନରୁ ଫେରିବାକୁ ଚାହୁଁଛନ୍ତି । ବର୍ତମାନ ସେମାନଙ୍କର ସ୍ୱାସ୍ଥ୍ୟର ଜାଂଚ ଚାଲିଛି । ସେ ମାନଙ୍କର ଭାରତ ଫେରିବାର ସମସ୍ତ ସମ୍ଭାବନା ଉପରେ ସରକାର କାମ କରୁଛନ୍ତି । ବର୍ତମାନ ଭାରତୀୟ ମାନଙ୍କୁ ଚୀନ ଯାତ୍ରାରେ ନ ଯିବା ପାଇଁ ପରାମର୍ଶ ଦିଆ ଯାଇଛି । ଚୀନରୁ ଇ- ଭିସା ମାଧ୍ୟମରେ ଭାରତ ଆସୁଥିବା ଲୋକଙ୍କ ଉପରେ ବର୍ତମାନ ରୋକ ଲଗା ଯାଇଛି ।
ବୁହାନରୁ ପାକିସ୍ତାନୀ ଛାତ୍ର ମାନଙ୍କୁ ଆଣିବାକୁ ଭାରତକୁ କରା ଯାଇ ଥିବା ଅନୁରୋଧ ସମ୍ପର୍କିତ ଅନୁରୋଧ ସମ୍ପର୍କିତ ପ୍ରଶ୍ନର ଉତରରେ ସେ କହିଛନ୍ତି ପାକିସ୍ତାନ ସରକାରଙ୍କ ପକ୍ଷରୁ ଏଭଳି କୌଣସି ପ୍ରସ୍ତାବ ବର୍ତମାନ ସୁଦ୍ଧା ହସ୍ତଗତ ହୋଇ ନାହିଁ । ଯଦି ଏପରି ସ୍ଥିତି ଆସିବ ତେବେ ସମ୍ବଳକୁ ଆଖି ଆଗରେ ରଖି ଭାରତ ସରକାର ଏହା ଉପରେ ବିଚାର କରିବେ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ