Connect with us

ଅପରାଧ

ଡିଜିସିଏ ଅଫିସରେ ବୈଜୟନ୍ତ ପଣ୍ଡା ହାଜର l

ଡିଜିସିଏ ଅଫିସରେ ବୈଜୟନ୍ତ ପଣ୍ଡା ହାଜର l

ଭୁବନେଶ୍ୱର: ଚିଲିକା ଉପରେ ହେଲିକପ୍ଟଟର ଉଡାଣ ମାମଲାରେ ଦିଲ୍ଲୀ ଡିଜିସିଏ ଅଫିସର ନୋଟିସ୍‌ ଅନୁସାରେ ବୈଜୟନ୍ତ ପଣ୍ଡା ହାଜର ହୋଇଛନ୍ତି । ସେପଟେ ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତୃପକ୍ଷ ନିର୍ଦ୍ଦେଶକ ସୁରେଶ ହୋତା କହିଛନ୍ତି ଯେ, ଡିଜିସିଏ ଚିଲିକା ଉପରେ ବୈଜୟନ୍ତଙ୍କ ହେଲିକପ୍ଟଟର ଉଡ଼ାଣ ବାବଦରେ ଯାହା ରିପୋର୍ଟ ମାଗିଥିଲେ ଦେଇଛୁ । ଆଉ ମଧ୍ୟ କିଛି ଦେବାର ବାକି ଅଛି । ଆମର ନୋଟିସ୍‌ ଦେବାରେ କିଛି ଅସୁବିଧା ନାହିଁ । ସର୍ଭିସ ପ୍ରୋଭାଇଡର ହିସାବରେ ବିମାନବନ୍ଦର କର୍ତ୍ତୁପକ୍ଷ ରିପୋର୍ଟ ଦେବ । ଏହାଉପରେ ଡିଜିସିଏ ଯାହା ନିଷ୍ପତି ନେବେ ବୋଲି କହିଛନ୍ତି ବିମାନ ବନ୍ଦର ନିର୍ଦ୍ଦେଶକ ।

ସେପଟେ ପ୍ରାୟ ଏକ ଘଣ୍ଟା ଧରି ୩ ଜଣ ଅଧିକାରୀ ଡିଜିସିଏରେ ହାଜର ହୋଇଥିବା ବୈଜୟନ୍ତ ପଣ୍ଡାଙ୍କୁ ପଚରାଉଚରା କରିଛନ୍ତି । ୩ ଜଣ ଅଧିକାରୀ ବୈଜୟନ୍ତଙ୍କୁ ଚିଲିକା ଉପରେ ହେଲିକପ୍ଟଟର ଉଡ଼ାଣ ସମ୍ପର୍କରେ ପଚରାଉଚରା କରିଥିଲେ । ପଚରା ଉଚୁରା ପରେ ବୈଜୟନ୍ତ କହିଛନ୍ତି ଯେ, ମୋ ଉପରେ ମିଥ୍ୟା ଆରୋପ ଲଗାଯାଉଛି । ଲୋକଙ୍କ ସହିତ ମୁଁ ଜଡ଼ିତ । ପୂର୍ବରୁ ଅନେକ ବ୍ୟକ୍ତି ଚିଲିକା ଉପରେ ଉଡ଼ାଣ ଭରିଛନ୍ତି । ତାଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନନିଆଯାଇ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ବୈଜୟନ୍ତ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ