Connect with us

ଅପରାଧ

କାର ଦୁର୍ଘଟଣାକୁ ନେଇ ଆକ୍ରମଣରେ ପୁଲିସ ଆହତ l

କାର ଦୁର୍ଘଟଣାକୁ ନେଇ ଆକ୍ରମଣରେ ପୁଲିସ ଆହତ l

ଖଣ୍ଡଗିରି: ରାତି ପ୍ରାୟ ୯ଟା ବେଳେ ସ୍ଥାନୀୟ ଭରତପୁର ଛକରେ ଏକ ବାଇକ ସହିତ କାର ଦୁର୍ଘଟଣାକୁ ନେଇ ସ୍ଥାନୀୟ ଲୋକେ କାରକୁ ପୂରା ଚୂର୍‌ମାର କରିବା ସହିତ ଚାଳକ ଓ ପୋଲିସକୁ ନିସ୍ତୁକ ପିଟିଛନ୍ତି । ଘଟଣାସ୍ଥଳରେ ଏକ ପ୍ଲାଟୁନ୍‌ ପୁଲିସ ମୁତୟନ କରାଯିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।

ଉଲ୍ଲେଖଯୋଗ୍ୟ ଯେ, ରାସ୍ତାର ଗୋଟିଏ ପାର୍ଶ୍ୱରେ ଖୁଦୁରୁକୁଣୀ ଭସାଣି ମେଢ଼ ଯାଉଥିବାରୁ ଗାଡି ଗୁଡିକ ଗୋଟିଏ ପଟେ ଯିବା ଆସିବା କରୁଥିଲା l ଶଙ୍କର ସାହୁ ଓ ବୃନ୍ଦାବନ ସାହୁ ଏକ ବାଇକ୍‌ ଯୋଗେ ଭରତପୁରରୁ କଳିଙ୍ଗ ଷ୍ଟୁଡିଓ ଛକ ଆଡ଼କୁ ଯାଉଥିଲେ । ଏତିକିବେଳେ ଖଣ୍ଡଗିରିରୁ ଅନ୍ଧାରୁଆ ଦିଗରେ ଏକ କାର୍‌ ଯାଉଥିଲା । ବାଇକ୍‌ ଓ କାର୍‌ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ବାଇକ୍‌ରେ ଥିବା ଯୁବକଦ୍ୱୟ ଗୁରୁତର ଆହତ ହୋଇଥିଲେ । ଖୁଦରକୁଣୀ ଭସାଣିରେ ଏକାଠି ହୋଇଥିବା ଲୋକେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ । ସେମାନେ ପ୍ରଥମେ ଆହତଦ୍ୱୟଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତି କରିଥିଲେ । କିନ୍ତୁ ଆଉ କିଛି ଉତ୍ତ୍ୟକ୍ତ ଲୋକ କାର୍‌ ଚାଳକଙ୍କୁ ଅଟକ ରଖି ମାଡ଼ ମାରିବା ସହ କାର୍‌କୁ ଭାଙ୍ଗି ଚୂର୍‌ମାର୍‌ କରି ଦେଇଥିଲେ ।

ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି କାର୍‌ ଚାଳକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲା । ମାତ୍ର ଉତ୍ତ୍ୟକ୍ତ ଲୋକେ ପୁଲିସକୁ ଆକ୍ରମଣ କରିଥିଲେ । ସେମାନଙ୍କ ଆକ୍ରମଣରେ ୨ଜଣ ଅଧିକାରୀଙ୍କ ସମେତ ୪ ଜଣ ଆହତ ହୋଇଥିଲେ । ପରେ ଘଟଣାସ୍ଥଳକୁ ଏକ ପ୍ଲାଟୁନ୍‌ ପୁଲିସ ବଳ ପଠାଯାଇଥିଲା । ପୁଲିସ କାର୍‌ ଚାଳକଙ୍କୁ ଉଦ୍ଧାର କରି ଗଣ୍ଡଗୋଳକାରୀମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ