Connect with us

ଅପରାଧ

ବିନୋଦ କୁମାରଙ୍କୁ ୩ବର୍ଷ ଜେଲ୍ ଦଣ୍ଡାଦେଶ l

ବିନୋଦ କୁମାରଙ୍କୁ ୩ବର୍ଷ ଜେଲ୍ ଦଣ୍ଡାଦେଶ l

ଭୁବନେଶ୍ୱର:- ବହୁଚର୍ଚ୍ଚିତ ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ନିଗମ (ଓଆରଏଚଡିସି) ଦୁର୍ନୀତି ମାମଲାରେ ହାଇକୋର୍ଟରୁ ଜାମିନ ପାଇଥିବା ଆଇଏଏସ୍ ବିନୋଦ କୁମାର ପୁଣି ଥରେ ଅଡୁଆରେ ପଡିଛନ୍ତି । ପୁଣି ଏକ ଦୁର୍ନୀତିରେ ଛନ୍ଦି ହୋଇପଡିଛନ୍ତି ବିନୋଦ । ଏକକୋଟି ଟଙ୍କାର ଫ୍ଲାଟ ଋଣ ଦେବା ମାମଲାରେ ଖୋର୍ଦ୍ଧା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଆଇଏଏସ୍ ବିନୋଦଙ୍କ ସମେତ ୬ ଅଭିଯୁକ୍ତଙ୍କୁ ୩ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି ।ଏତଦ୍‌ବ୍ୟତୀତ ବିନୋଦ କୁମାରଙ୍କୁ ୫୦ ହଜାର ଟଙ୍କା ଜରିମାନା ଦେବା ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଆଇଏଏସ ଅଧିକାରୀ ବିନୋଦ କୁମାର ଓଆରଏଚଡିସିର ପରିଚାଳନା ନିର୍ଦ୍ଦେଶକ ଥିବାବେଳେ ଅନୁଚିତ ଅନୁକମ୍ପା ଦେଖାଇ ଋଣଦେବା ସହିତ ଏଥିରେ ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ତତ୍କାଳୀନ ଆକାଉଣ୍ଟାଣ୍ଟ ଚିତ୍ତରଞ୍ଜନ ମଲ୍ଲିକ ନିର୍ଦ୍ଦୋଶ ପ୍ରମାଣିତ ହୋଇଛନ୍ତି । ଏକକୋଟି ଟଙ୍କାର ଫ୍ଲାଟ ଋଣ ଦେବା ଆଳରେ ବିନୋଦଙ୍କ ସମେତ ୬ଜଣ ଟଙ୍କା ଆତ୍ମସାତ କରିଛନ୍ତି । ୧୯୯୯ ମସିହା ମହାବାତ୍ୟାରେ ଓଆରଏଚଡିସି ପକ୍ଷରୁ ବାତ୍ୟା ଆଶ୍ରୟ ସ୍ଥଳ ନିର୍ମାଣରେ ୫୫ଲକ୍ଷ ଟଙ୍କା ଅର୍ଥ ହେରଫେର ମାମଲାରେ ମୁଖ୍ୟ ଅଭିଯୁକ୍ତ ବିନୋଦ କୁମାରଙ୍କ ସମେତ ୬ଜଣଙ୍କୁ ଜୁଲାଇ ୩ରେ ଭିଜିଲାନ୍ସ ଦୋଷୀ ସାବ୍ୟସ୍ତ କରିଥିଲେ । ଗତ ଅଗଷ୍ଟ ୧୩ରେ ବିନୋଦଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ