Connect with us

ଅପରାଧ

ଡିଜିପି,ଗୁଇନ୍ଦା ନିର୍ଦ୍ଦେଶକଙ୍କ ସହ ୨ ମିଡିଆ ସମ୍ପାଦକଙ୍କୁ ସମନ:- ଗୃହ କମିଟି l

ଡିଜିପି,ଗୁଇନ୍ଦା ନିର୍ଦ୍ଦେଶକଙ୍କ ସହ ୨ ମିଡିଆ ସମ୍ପାଦକଙ୍କୁ ସମନ:- ଗୃହ କମିଟି l

ଅଭିଜିତଙ୍କ ବିବାଦୀୟ ମନ୍ତବ୍ୟ ନେଇ ଗୃହ କମିଟିର ପ୍ରଥମ ବୈଠକ
ଡିଜିପି,ଗୁଇନ୍ଦା ନିର୍ଦ୍ଦେଶକଙ୍କ ସହ ୨ ମିଡିଆ ସମ୍ପାଦକଙ୍କୁ ସମନ
ଭୁବନେଶ୍ୱର,୨୨ା୯ : ନିଜକୁ ସାମ୍ବାଦିକ ବୋଲାଉଥିବା ଅଭିଜିତ୍ ଆୟାର ମିତ୍ର ଓଡ଼ିଶା ଓ ଓଡ଼ିଶାର ବିଧାୟକମାନଙ୍କ ପ୍ରତି ଦେଇଥିବା ଅନମାନସୂଚକ ମନ୍ତବ୍ୟ ସ୍ୱାଧୀକାର ଭଙ୍ଗ କରୁଛି କି ନାହିଁ ତାହା ଉପରେ ତଦନ୍ତ କରିବା ପାଇଁ ଗଠିତ ହୋଇଥିଲା ଗୃହ କମିଟି । ଏହାର ପ୍ରଥମ ବୈଠକ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ କମିଟିର ଅଧ୍ୟକ୍ଷ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ବୈଠକ ପରେ କମିଟି ଅଧ୍ୟକ୍ଷ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ଯେ, ଏହି ମାମଲାରେ ଓଡ଼ିଶା ଡିଜିପି, ଗୁଇନ୍ଦା ନିର୍ଦ୍ଦେଶକଙ୍କ ସହ ୨ ମିଡିଆ ସମ୍ପାଦକଙ୍କୁ ସମନ ଜାରି କରାଯାଇଛି । ଆସନ୍ତା ୨୮ ତାରିଖ ସୁଦ୍ଧା ସମସ୍ତେ ଗୃହ କମିଟିରେ ପକ୍ଷ ରଖି ତଥ୍ୟ ଦେବେ । ନରସିଂହ ମିଶ୍ର କହିଛନ୍ତି ଯେ, ଜଣଙ୍କ ନାଁରେ ସ୍ୱାଧୀକର ଭଙ୍ଗ ଅଭିଯୋଗ ଆସିଛି । ନିର୍ଦ୍ଦିଷ୍ଟ ବ୍ୟକ୍ତି ସ୍ୱାଧୀକାର ଭଙ୍ଗ କରିଛନ୍ତି କି ନାହିଁ, ସେ ସମ୍ପର୍କରେ ଜଣାପଡିନାହିଁ । ବିନା ତଥ୍ୟରେ କାହାକୁ ନୋଟିସ କରାଯାଇପାରିବ ନାହିଁ । ତଥ୍ୟ ମିଳିଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ନୋଟିସ ହେବ ବୋଲି ସେ କହିଛନ୍ତି ।

ପ୍ରକାଶଥାଉ କି, ଗଠିତ ଗୃହ କମିଟିରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିଧାୟକ କନକ ବର୍ଦ୍ଧନ ସିଂହଦେଓ, ଦେବୀ ମିଶ୍ର, ଅରୁଣ ସାହୁ ଓ ପ୍ରମିଳା ମଲିକ ସଦସ୍ୟ ରହିଛନ୍ତି । ବିଧାନସଭାର ମୌସୁମୀ ଅଧିବେଶନର ଶେଷ ଦିନରେ ଏହି କମିଟି ଗଠନ କରାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ