Connect with us

ଅପରାଧ

ଅଭିଜିତଙ୍କ ପାଇଁ ବସିବ ଗୃହ କମିଟିର ପ୍ରଥମ ବୈଠକ ।

ଅଭିଜିତଙ୍କ ପାଇଁ ବସିବ ଗୃହ କମିଟିର ପ୍ରଥମ ବୈଠକ ।

ଭୁବନେଶ୍ବର: ଓଡ଼ିଶା ସମ୍ପର୍କରେ ଉଦ୍ଭଟ୍ଟ ଓ ଅଶାଳୀନ ମନ୍ତବ୍ୟ ଏବଂ ତତସହିତ ବିଧାୟକମାନଙ୍କୁ ‘ବୋକା’ ଭଳି ବୟାନ ଦେଇଥିବା ସାମ୍ବାଦିକ ଅଭିଜିତ ଆୟାର ମିତ୍ରଙ୍କ ପାଇଁ ଶନିବାର ଦିନ ବସିବ ଗୃହ କମିଟିର ପ୍ରଥମ ବୈଠକ । ଗତକାଲି ବିଧାନସଭାରେ ସର୍ବସମ୍ମତିକ୍ରମେ ଗୃହ କମିଟି ଗଠନ ହୋଇଥିଲା । ଅଭିଜିତଙ୍କ ମନ୍ତବ୍ୟକୁ ନେଇ ଏହି ଗୃହ କମିଟି ତଦନ୍ତ କରିବ ବୋଲି ସର୍ବସମ୍ମତି କ୍ରମେ ନିଷ୍ପତି ହୋଇଥିଲା । ଅଭିଜିତ ଆୟର ସଦସ୍ୟ ମାନଙ୍କର ସ୍ୱାଧିକାର ଭଙ୍ଗ କରିଛି ନା ନାହିଁ ସେନେଇ ତଦନ୍ତ କରାଯିବ l ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ କାଲି ବିଧାନସଭାର ୫୪ ନମ୍ବର କକ୍ଷରେ ବୈଠକ ବସିବ । ଏହାପରେ ଅଭିଜିତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ନା ନାହିଁ ତାହା ଉପରେ ତଦନ୍ତ ରିପୋର୍ଟକୁ ତର୍ଜମା କରି ଗୃହ ନିଷ୍ପତ୍ତି ନେବ ।

ଗଠନ ହୋଇଥିବା ୬ ଜଣିଆ ଗୃହ କମିଟିରେ ଅରୁଣ ସାହୁ, ଦେବୀପ୍ରସାଦ ମିଶ୍ର, ପ୍ରମିଳା ମଲ୍ଲିକ, ସଂଜୟ ଦାସବର୍ମା ଏବଂ କେ.ଭି ସିଂଦେଓ ସଦସ୍ୟ ରହିଛନ୍ତି । ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହା ଗଠନ କରାଯାଇଛି। ତେବେ ଆସନ୍ତା ବିଧାନସଭା ଅଧିବେଶନର ପ୍ରଥମ ଦିନରେ ହିଁ ଏହି ଗୃହ କମିଟି ଅଭିଜିତ ଆୟର ମିତ୍ରଙ୍କ ସମ୍ପର୍କରେ ରିପୋର୍ଟ ପ୍ରଦାନ କରିବ l

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ