Connect with us

ଓଡିଶା

ଛତିଶାନିଯୋଗ ବୈଠକରେ ଯୋଗଦେଲେ ଆମିକସ୍ କ୍ୟୁରୀ l

ଛତିଶାନିଯୋଗ ବୈଠକରେ ଯୋଗଦେଲେ ଆମିକସ୍ କ୍ୟୁରୀ

ଛତିଶାନିଯୋଗ ବୈଠକରେ ଯୋଗଦେଲେ ଆମିକସ୍ କ୍ୟୁରୀ
ସେବାୟତ ମନ୍ଦିର ଭିତରେ ନେବେନି ଦାନ
ପୁରୀ,୨୨ା୯ : ଆଜି ଦ୍ୱିତୀୟ ଦିନରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଯୋଗଦେଇଥିଲେ ଆମିକସ୍ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ବୈଠକରେ ଗଜପତି ମହାରାଜ ଦିବ୍ୟସିଂହ ଦେବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ମହାପାତ୍ର, ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ, ଏସପି ଡଃ. ସାର୍ଥକ ଷଡ଼ଙ୍ଗି, ପରିଚାଳନା କମିଟିର ସଦସ୍ୟ ଏବଂ ୫ ନିଯୋଗରୁ ପ୍ରତିନିଧିତ୍ୱ କରୁଥିବା ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ସୁପ୍ରିମକୋର୍ଟଙ୍କ ୧୨ ଟି ପ୍ରସ୍ତାବ ସହିତ ତିନୋଟି ସେବା ସମ୍ପର୍କରେ ମୁଖ୍ୟତଃ ଆଲୋଚନା ହୋଇଥିଲା । ବୈଠକ ପୂର୍ବରୁ ସେ ଆଜି ସକାଳେ ଶ୍ରୀ ନଅର ଯାଇ ଗଜପତି ମହାରାଜଙ୍କୁ ଭେଟିବା ସହିତ ଶ୍ରୀମନ୍ଦିର ସଂସ୍କାର ପାଇଁ ସୁପ୍ରିମକୋର୍ଟଙ୍କ ସଂସ୍କାରମୂଳକ ପ୍ରସ୍ତାବ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଆମିକସ୍ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ ଶ୍ରୀନଅରରେ ପହଂଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଖଣ୍ଡୁଆ ପାଟ ଦେଇ ଗଜପତି ମହାରାଜ ତାଙ୍କୁ ସ୍ୱାଗତ କରିଥିଲେ । ଏଥିସହ ଶ୍ରୀମନ୍ଦିରର ଇତିହାସ ଓ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତି ଉପରେ ଚିଦାନନ୍ଦ ସ୍ୱାମୀଙ୍କ ଦ୍ୱାରା ଲିଖିତ ଏକ ଇଂରାଜୀ ପୁସ୍ତକ ମଧ୍ୟ ଗଜପତି ମହାରାଜ ଆମିକସ୍ କ୍ୟୁରୀଙ୍କୁ ପ୍ରଦାନ କରିଥିଲେ ।

ଆଜି ଅପରାହ୍ନ ୪ଟାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଛତିଶାନିଯୋଗ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସମେତ ଆମିକସ୍ କ୍ୟୁରୀ ଯୋଗଦେଇ ତିନୋଟି ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା