Connect with us

ଅପରାଧ

ଠିକାଦାରଙ୍କୁ ଦିଆଯାଇଛି ଅହେତୁକ ଅନୁକମ୍ପା :- ସିଏଜି ରିପୋର୍ଟ l

ଠିକାଦାରଙ୍କୁ ଦିଆଯାଇଛି ଅହେତୁକ ଅନୁକମ୍ପା :- ସିଏଜି ରିପୋର୍ଟ l

ସିଏଜି ରିପୋର୍ଟରେ ପ୍ରକାଶ ପାଇଲା ସାଂଘାତିକ ତଥ୍ୟ
ଠିକାଦାରଙ୍କୁ ଦିଆଯାଇଛି ଅହେତୁକ ଅନୁକମ୍ପା
ଭୁବନେଶ୍ୱର,୨୦ା୯ : ମାର୍ଚ୍ଚ ୨୦୧୭ ଶେଷ ସୁଦ୍ଧା ସାଧାରଣ ଏବଂ ସାମାଜିକ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ବିକାଶ ଯୋଜନାରେ ଅନିୟମିତତା ସମ୍ପର୍କରେ ସି.ଏ.ଜି ରିପୋର୍ଟରେ ପ୍ରକାଶ ପାଇଛି । ରାଜ୍ୟ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଆଜି ଗୃହରେ ସି.ଏ.ଜି ରିପୋର୍ଟ ଉପସ୍ଥାପନ କରିଛନ୍ତି ।

ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଆଇ.ଆଇ.ଟି ଖଡ଼ଗପୁରର ସୁପାରିଶକୁ ଉଲ୍ଲଂଘନ କରିବା ଯୋଗୁଁ ଜାତୀୟ ବାତ୍ୟା କ୍ଷତି ପ୍ରଶମନ ପ୍ରକଳ୍ପ ଅଧିନରେ ୫୬ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣରେ ୭୭.୮୪ କୋଟି ଟଙ୍କା ଅଧିକ ବ୍ୟୟ ହୋଇଛି । ସେହିପରି ଠିକାଦାର ମାନଙ୍କୁ ଅହେତକୁ ଅନୁକମ୍ପା ପ୍ରଦର୍ଶନ କରିବା ଫଳରେ ୭.୩୭ କୋଟି ଟଙ୍କା ଅଧିକ ପ୍ରଦାନ କରାଯାଇଛି । ଲୁଣି ବନ୍ଧ ନିର୍ମାଣ କରିବା ପାଇଁ ବନ୍ଧ ଠାରୁ ୫୦୦ ମିଟର ଦୂରରୁ ମାଟି ପରିବହନ କରାଯାଇଥିଲା । କିନ୍ତୁ ଠିକାଦାର ମାନଙ୍କୁ ୫ କି.ମି. ଦୂରତା ଆଧାରରେ ଅର୍ଥ ପ୍ରଦାନ କରାଯାଇଥିଲା ।

ଅନ୍ୟପକ୍ଷରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ୪୬ଟି ପ୍ରବେଶ ପଥ ଓ ୪୫ଟି ବହୁମୁଖୀ ଆଶ୍ରୟସ୍ଥଳ ନିର୍ମାଣରେ ନିର୍ବାହୀ ଯନ୍ତ୍ରୀ ରାଜ୍ୟ ଦର ବିଶ୍ଳେଷଣ ଆଧାରରେ ପ୍ରସ୍ତୁତ କରିଥିଲେ । ଠିକାଦାର ମାନଙ୍କ ସହ ଭାରତୀୟ ମାନଙକ ନିର୍ଦ୍ଦେଶାନାମା ଆଧାରରେ ଚୁକ୍ତି ନିଷ୍ପାଦିତ ହୋଇଥିଲା । ଯେଉଁଥିରେ ସ୍ୱଳ୍ପ ପରିମାଣର ସିମେଂଟ ବ୍ୟବହାର ବିଷୟ ଉଲ୍ଲେଖିତ ଥିଲା । କିନ୍ତୁ ୯୯.୮୦୨ ଘନ ମିଟର ରିନଫୋର୍ସମୋଟ ସିମେଂଟ କଂକ୍ରିଟ କାର୍ଯ୍ୟ ନିର୍ବାହ ସମୟରେ ଭାରତୀୟ ମାନଙ୍କ ପିରବର୍ତେ ରାଜ୍ୟ ଦର ବିଶ୍ଳେଷଣ ଆଧାରରେ ସିମେଂଟର ପରିମାଣର ହିସାବ କରାଯାଇଥିବା ହେତୁ ୬.୩୧ କୋଟି ଟଙ୍କା ଅଧିକ ପ୍ରଦାନ କରାଯାଇଥିଲା ।

ତ୍ରୟୋଦଶ ଅର୍ଥ ଆୟୋଗରୁ ପ୍ରାପ୍ତ ୭୫ କୋଟି ଟଙ୍କାର ବିନିଯୋଗ ପ୍ରମାଣ ପତ୍ର ଉପସ୍ଥାପନ କରିନଥିଲେ । ଯଦ୍ୱାରା ଭାରତ ସରକାର ବଳକା ୨୫ କୋଟି ଟଙ୍କା ପ୍ରଦାନ କରିନଥିଲେ । ଫଳରେ ରାଜ୍ୟ ରାଜକୋଷକୁ କ୍ଷତି ପହଂଚାଇଥିଲା । ୪୭୨ ଜଣ ଦୋଷୀ ସାବ୍ୟସ୍ତ ହୋଇଥିବା ବନ୍ଦୀ ଏବଂ ୧୯୮୮ ବିଚାରାଧୀନ ବନ୍ଦୀଙ୍କୁ କାରଗାର କର୍ତୃପକ୍ଷ ଭିନ୍ନ ପ୍ରକୋଷ୍ଠ ଅଭାବରୁ ଗୋଟିଏ ୱାର୍ଡ଼ରେ ରଖିଥିଲେ । ଏହା ଓଡ଼ିଶା କାରାଗାର ମାର୍ଗଦର୍ଶୀକାର ବିରୁଦ୍ଧାଚରଣ କରିଛି । ୫ଟି କାରାଗାରରେ ଥିବା ୨ଜି ସେଲ ଫୋନ ଜାମର, ୩ ଜି ସିଗନାଲକୁ ଚାର୍ଜ କରିବାରେ ଅସଫଳ ଥିଲା । ତେଣୁ ଏ ବାବଦରେ ବ୍ୟୟ ହୋଇଥିବା ୩.୯୧ କୋଟି ଟଙ୍କା ଫଳପ୍ରଦ ହୋଇନାହିଁ ।

ଏହା ବ୍ୟତୀତ ୫୯.୭୪ ଲକ୍ଷ ଟଙ୍କାରେ କ୍ରୟ କରାଯାଇଥିବା ୮୭୩ଟି ୱାକି-ଟକି ମଧ୍ୟରୁ ୨୫୭ଟି ପ୍ରାପ୍ତ ହେବା ଦିନଠାରୁ ଅକାମି ଥିଲା । ୧୧ଟି କାରାଗାରରେ ୨୩୪ଟି ରାଇଫଲ୍ ମଧ୍ୟରୁ ୯୬ଟି କାର୍ଯ୍ୟପୋଯୋଗୀ ନଥିଲା । ପାଂଚଟି କାରାଗାରକୁ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଯୋଗାଇ ଦିଆଯାଇନଥିଲା । ଯଥେଷ୍ଟ ସୁରକ୍ଷା ଅଭାବରୁ ୨୦୧୪-୧୭ ମଧ୍ୟରେ ୨୧ ଜଣ ବନ୍ଦୀ ପଳାୟନ କରିବାରେ ସକ୍ଷମ ହୋଇଥିଲେ । ୨୦୧୭ ସୁଦ୍ଧା ୩୫ ପ୍ରତିଶତ ପରିବାରକୁ ଜଳଯୋଗାଣ କରିବାରେ ଲକ୍ଷ ରଖାଯାଇଥିଲା ବେଳେ ସେଥିମଧ୍ୟରୁ ୩.୭୦ ପ୍ରତିଶତ ପରିବାରକୁ ଜଳଯୋଗାଣ କରାଯାଇଛି ।

ଏହା ବ୍ୟତୀତ ଭୂପୃଷ୍ଠ ଜଳ ଆଧାରିତ ଜଳଯୋଗାଣକୁ ପ୍ରାଥମିକତା ଦିଆଯିବାର ଥିଲା । କିନ୍ତୁ ୧୫ ହଜାର ୩୫୭ ପାଇପ ଜଳ ଯୋଗାଣ ପ୍ରକଳ୍ପ ମଧ୍ୟରୁ ୧ ହଜାର ୪୭୧ ଅର୍ଥାତ୍ ୯.୫୮ ପ୍ରତିଶତ ପ୍ରକଳ୍ପ ଭୂପୃଷ୍ଠ ଜଳ ଆଧାରିତ ନଳକୂପ ଖନନ କରିବା ପୂର୍ବରୁ ସେଗୁଡ଼ିକର ସମ୍ଭାବନା ଅନୁଧ୍ୟାନ କରାଯାଇନଥିବାରୁ ୩.୭୬ କୋଟି ଟଙ୍କାର ଅପବ୍ୟୟ ହୋଇଛି । ରାଜ୍ୟରେ ୩୧୭ଟି ନମୁନା ପରୀକ୍ଷାଗାର ଆବଶ୍ୟକ ଥିବା ବେଳେ କେବଳ ୭୭ଟି ପରୀକ୍ଷାଗାର ରହିଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ