Connect with us

ଆଞ୍ଚଳିକ

ଓଡ଼ିଶାକୁ ବାତ୍ୟା ଭୟ ଘାରିଲା l

ଓଡ଼ିଶାକୁ ବାତ୍ୟା ଭୟ ଘାରିଲା l

ଓଡ଼ିଶାକୁ ବାତ୍ୟା ଭୟ ଘାରିଲା l
ଭୁବନେଶ୍ୱର,୨୦ା୯ : ବଙ୍ଗୋପସାଗରରେ ସୃଷ୍ଟି ଡ଼ିପ୍ଡ଼ିପ୍ରେସନ୍ ବାତ୍ୟାର ରୂପ ନେଇଥିବାରୁ ଏହାର ମୁକାବିଲା ନିମନ୍ତେ ଗୁରୁବାର ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରସ୍ତୁତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଏବଂ ଏହାର ମୁକାବିଲା ପ୍ରସ୍ତୁତି ସମ୍ବନ୍ଧିତ ବିଷୟ ଉପସ୍ଥାପନ କରିଥିଲେ ।

ସ୍ଥିତିର ସମୀକ୍ଷା କରି ପ୍ରଭାବିତ ହେବାକୁ ଥିବା ଜିଲ୍ଲାମାନଙ୍କରେ ସରକାରୀ ଛୁଟି ବାତିଲ କରିବା, ସମ୍ବେଦନଶୀଳ ତଳିଅ। ଅଂଚଳରୁ ଆବଶ୍ୟକ ହେଲେ ଲୋକମାନଙ୍କୁ ନିରାପଦ ସ୍ଥାନକୁ ଅଣାଇବା, ବିଦ୍ୟୁତ ଓ ଜରୁରୀକାଳୀନ ସେବାର ତୁରନ୍ତ ପୁନଃସ୍ଥାପନ ପାଇଁ ପୂଣ୍ଣ ମାତ୍ରାରେ ପ୍ରସ୍ତୁତ ରହିବା, ମତ୍ସ୍ୟଜିବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ବାରଣ କରିବା ପାଇଁ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳ ଏବଂ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବୈଠକର ଅ।ଲୋଚନାରୁ ଜଣାପଡିଛି ଯେ, ବଙ୍ଗୋପ ସାଗରରେ ସୃଷ୍ଟି ବାତ୍ୟା ୨୦ ତାରିଖ ମଧ୍ୟ ରାତ୍ର ସୁଦ୍ଧା ଗୋପାଳପୁର ଏବଂ ଉତର ଅ।ନ୍ଧ୍ରପ୍ରଦେଶ ମଧ୍ୟରେ ଭୁଭାଗ ସ୍ପର୍ଶ କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ପୁରୀ, ଗଜପତି, ଗଞ୍ଜାମ, ଖୋର୍ଦ୍ଧା ଓ ନୟାଗଡ ଅ।ଦି ଜିଲ୍ଲାରେ ୬୦ରୁ ୭୦ କି.ମି.ଗତିରେ ବାତ୍ୟା ପ୍ରଭାବିତ ହେବ ।

ମଧ୍ୟ ରାତ୍ର ବେଳକୁ ପବନର ବେଗ ୮୦ କି.ମି.କୁ ବଢ଼ିପାରେ । ଏହାଛଡା ଉତର ଉପକୂଳ ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଜନସାଧାରଣଙ୍କୁ ପ୍ରାକ୍ ସୂଚନା ଦେବା, ସମ୍ବେଦନଶୀଳ ସ୍ଥାନରୁ ଲୋକମାନଙ୍କୁ ନିରାପଦ ସ୍ଥାନକୁ ଅଣାଇବା, ବାତ୍ୟା ଅ।ଶ୍ରୟସ୍ଥଳୀରେ ଖାଦ୍ୟ, ଓଷଧ ଅ।ଦିର ବ୍ୟବସ୍ଥା, ପ୍ରଭାବିତ ହେବାକୁଥିବା ଅଂଚଳମାନଙ୍କରେ ତୁରନ୍ତ ବିଜୁଳି ଓ ଜରୁରୀ ସେବା ପୁନଃ ସ୍ଥାପନ ଅ।ଦି ବିଷୟରେ ବୈଠକରେ ସବିଶେଷ ଅ।ଲୋଚନା ହୋଇଥିଲା ।

ବୈଠକ ପରେ ଗଣମାଧ୍ୟମ ପ୍ରଶ୍ନର ଉତର ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢୀ କହିଥିଲେ ବାତ୍ୟାର ତୀବ୍ରତା ଅଧିକ ହେବାର ସମ୍ଭାବନା ନଥିବାରୁ ଭୟଭୀତ ନହୋଇ ସ୍ଥିତିର ମୁକାବିଲା ନିମନ୍ତେ ସଂପୂଣ୍ଣ ସଜାଗ ଓ ପ୍ରସ୍ତୁତ ରହିବା ଅ।ବଶ୍ୟକ । ପ୍ରଭାବିତ ହେବାକୁ ଥିବା ଜିଲ୍ଲାମାନଙ୍କରେ ଜିଲ୍ଲା ପ୍ରଶାସନ ସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଛନ୍ତି । ଯେ କୌଣସି ସ୍ଥିତିରେ ସହାୟତା ପାଇଁ ଏନ୍.ଡ଼ି.ଅ ।ର୍.ଏଫ୍ ଏବଂ ଓଡ୍ରାଫ ଟିମ୍ ମାନଙ୍କୁ ନିୟୋଜିତ କରାଯାଇଛି ।

ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ଶାସନ ସଚିବ ଚନ୍ଦ୍ର ଶେଖର କୁମାର, ଶକ୍ତି ବିଭାଗ ଶାସନ ସଚିବ ହେମନ୍ତ କୁମାର ଶର୍ମାଙ୍କ ସମେତ ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ସଚିବ ଏବଂ ବରିଷ୍ଠ ଅଧିକାରୀମାନେ ବୈଠକର ଅ।ଲୋଚନାରେ ଅଂଶଗ୍ରହଣ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ