Connect with us

ଖେଳ

ଭୁବନେଶ୍ୱରରେ ଖୋଲିବ  ବ୍ୟାଡମିଂଟନ ଏକାଡେମ

ସାଙ୍କେତିକ

ଭୁବନେଶ୍ୱରରେ ଖୋଲିବ  ବ୍ୟାଡମିଂଟନ ଏକାଡେମ

-୨୦୨୦ ସୁଦ୍ଧା ହେବ କାର୍ଯ୍ୟକ୍ଷମ

– ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବ୍ୟାଡମିଂଟନ କୋଚ୍ ପୁଲେଲା ଗୋପୀଚନ୍ଦ ଓ ଡାଲମିଆ ମୁଖ୍ୟ

ଭୁବନେଶ୍ୱର, ୨୭ ସେପ୍ଟେମ୍ବର – ଭୁବନେଶ୍ୱରରେ ବ୍ୟାଡ଼ମିଂଟନ ଏକାଡେମୀ  ପ୍ରତିଷ୍ଠା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଡାଲମିଆ ଗ୍ରୁପର ପୁନିତ ଡାଲମିଆ ଓ ଗୋପୀଚନ୍ଦ ଏକାଡେମୀର ପୂଲେଲା ଗୋପୀଚନ୍ଦ । ଆସନ୍ତା ଡ଼ିସେମ୍ବର ମାସରୁ ଏକାଡେମୀ ଲାଗି କାମ ଆରମ୍ଭ ହୋଇ ୨୦୨୦ ଡିସେମ୍ବର ସୁଦ୍ଧା ଶେଷ ହେବ । ଏଥିଲାଗି ୩୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ପୂଲେଲା ଗୋପୀଚାନ୍ଦ ସୂଚନା ଦେଇଛନ୍ତି ।  ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ରେ୧୦ଟି କୋର୍ଟ ତିଆରି କରାଯିବ ଏବଂ ଡାଲମିଆ ଗ୍ରୁପ ଏହାର ସମସ୍ତ ଖର୍ଚ୍ଚ ବହନ କରିବ । ପରିଚାଳନା ଖର୍ଚ୍ଚ ଗୋପୀଚନ୍ଦ ଫାଉଣ୍ଡେସନ ବହନ କରିବ ଏବଂ ରାଜ୍ୟ ସରକାର ୩ ଏକର ଜାଗା ଲିଜରେ ଯୋଗାଇଦେବେ  । ଅସ୍ଥାୟୀ ଭାବରେ ଫେବୃଆରୀ ମାସରୁ ଟ୍ରେନିଂ ଆରମ୍ଭ ହେବ । ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଶ୍ରୀ ଗୋପୀଚନ୍ଦ ଓ ଡାଲମିଆ ଗ୍ରୁପ୍ ସହଯୋଗରେ ନିର୍ମାଣ ହେବାକୁ ଥିବା ଏହି ହାଇ ର୍ପଫମାନ୍ସ ସେଂଟର ଦେଶର ବିଶ୍ୱସ୍ତରୀୟ ଟ୍ରେନିଂ ସେଂଟର ମଧ୍ୟରୁ ଗୋଟିଏ ହୋଇପାରିବ । ରାଜ୍ୟ ସରକାର ଏହି ସେଂଟର ପାଇଁ ୩ ଏକର ଜମି ପ୍ରଦାନ କରିବେ । ଏହାସହ ରାଜ୍ୟ ସରକାର କଳିଙ୍ଗ ଷ୍ଟାଡିୟମ୍ କ୍ୟାମ୍ପସ୍ ମଧ୍ୟରେ ଏକ ମଲ୍ଟି ପରପୋସ୍ ଇଣ୍ଡୋର ହଲ୍ ,ନିର୍ମାଣ କରାଯିବ । ଏହାର ନିର୍ମାଣ କାର୍ଯ୍ୟ ଆସନ୍ତା ବର୍ଷ ଫେବୃଆରୀ ସୁଦ୍ଧା ଶେଷ ହେବ । ଏହି ବୈଠକ ସମୟରେ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ , କ୍ରୀଡା ସଚିବ ବିଶାଳ ଦେବ ଓ କ୍ରୀଡା ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ  ।

Click to comment

Leave a Reply

Your email address will not be published. Required fields are marked *

More in ଖେଳ