Connect with us

ଦେଶ

ରାଫେଲ ଡ଼ିଲ କୁ ନେଇ ମୋଦି ସରକାରଙ୍କ ଉପରେ ରାହୁଲଙ୍କ ହମଲା l

ରାଫେଲ ଡ଼ିଲ କୁ ନେଇ ମୋଦି ସରକାରଙ୍କ ଉପରେ ରାହୁଲଙ୍କ ହମଲା l

ରାଫେଲ ଉପରେ ରାହୁଲଙ୍କ ହମଲା

ନୂଆଦିଲ୍ଲୀ,୨୨ା୯ : ରଫେଲ ଲଢୁଆ ବିମାନ ରାଜିନାମାକୁ ନେଇ ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଫ୍ରାନ୍ସ ଓଲାନ୍ଦେଙ୍କ ତାଜା ବୟାନ ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଲଗାତାର ମୋଦି ସରକାର ଉପରେ ହମଲା କରିଚାଲିଛନ୍ତି । ଶନିବାର ଦିନ ସାମ୍ବାଦିକ ସମ୍ମିଳନୀ କରି ରାହୁଲ ଅଭିଯୋଗ କରିଛନ୍ତି ଯେ, ପ୍ରଥମଥର ଫ୍ରାନ୍ସର କୌଣସି ପୂର୍ବତନ ରାଷ୍ଟ୍ରପତି ଆମର ପ୍ରଧାନମନ୍ତ୍ରୀଙ୍କୁ ଚୋର କହିଛନ୍ତି

ରାହୁଲ କହିଛନ୍ତି ଯେ, ମୁଁ ଆଶ୍ଚର୍ଯ୍ୟ ଯେ, ସର୍ବଦା କଥା କହୁଥିବା ପ୍ରଧାନମନ୍ତ୍ରୀ ଏତେବଡ ଗମ୍ଭୀର ପ୍ରସଙ୍ଗରେ ଚୁପ୍ ରହିଛନ୍ତି କ’ଣ ପାଇଁ । ପ୍ରଧାନମନ୍ତ୍ରୀଙ୍କୁ ଓଲାନ୍ଦେଙ୍କ ବୟାନ ଉପରେ ସଫେଇ ଦେବା ଉଚିତ୍ । ରାହୁଲ କହିଛନ୍ତି ଯେ, ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଭାରତର ପ୍ରଧାନମନ୍ତ୍ରୀଙ୍କୁ ନେଇ ଏକ ବୟାନ ଦେଇଛନ୍ତି । ଓଲାନ୍ଦେ କହିଥିଲେ କି ଅନିଲ ଅମ୍ବାନୀଙ୍କୁ ଅଂଶୀଦାର କରିବାରେ ଫ୍ରାନ୍ସ ସରକାରଙ୍କ କୌଣସି ଭୂମିକା ନଥିଲା । ଓଲଟା ଭାରତ ସରକାର ଫ୍ରାନ୍ସ କମ୍ପାନୀ ଦସାଲ୍ଟକୁ ରାଫେଲ ବିମାନ ନିର୍ମାଣରେ ରିଲାଏନ୍ସକୁ ଅଂଶୀଦାର କରିବାକୁ ପ୍ରସ୍ତାବ ଦେଇଥିଲେ ।

ରାହୁଲ ଅଭିଯୋଗ କରିଛନ୍ତି ଯେ, ଓଲାନ୍ଦେଙ୍କ ବୟାନରୁ ସ୍ପଷ୍ଟ ହୋଇଛି ଯେ, ପିଏମ ମୋଦି ରାଫେଲ ଉପରେ ମିଥ୍ୟା କହୁଛନ୍ତି । ମୋଦି ୩୦,୦୦୦ କୋଟି ଟଙ୍କାର ଏହି ଡିଲ ଅନିଲ ଅମ୍ବାନୀଙ୍କ କମ୍ପାନୀକୁ ଦେଇଛନ୍ତି । ଯଦି ବାସ୍ତବରେ ଏମିତି କିଛି ହୋଇନାହିଁ ତେବେ ପିଏମ ମୋଦି ଜବାବ ଦେବା ଉଚିତ୍ । ରାହୁଲ ଆହୁରି କଟାକ୍ଷ କରି କହିଥିଲେ ଯେ, ସେ ପିଏମ ପଦକୁ ରକ୍ଷା କରିବାକୁ ଚାହୁଁଛନ୍ତି ।

ରାହୁଲ ଆହୁରି ମଧ୍ୟ କହିଥିଲେ ଯେ, ପିଏମ ମୋଦିଙ୍କ ସହିତ ଓଲାନ୍ଦେଙ୍କ ୱାନ ଟୁ ୱାନ ମିଟିଂ ହୋଇଥିଲା । ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଓଲାନ୍ଦେ କହୁଛନ୍ତି ଯେ, ଅନିଲ ଅମ୍ବାନୀଙ୍କୁ ହଜାର ହଜାର କୋଟି ଟଙ୍କାର କଣ୍ଟ୍ରାକ୍ଟ ପିଏମ୍ ମୋଦିଙ୍କ କହିବାନୁସାରେ ମିଳିଛି । ଅର୍ଥାତ ଓଲାନ୍ଦେ ପିଏମ ମୋଦିଙ୍କୁ ଚୋର କହୁଛନ୍ତି । ଏସବୁ ପରେ ମଧ୍ୟ ଦେଶର ପ୍ରଧାନମନ୍ତ୍ରୀଙ୍କ ମୁହଁରୁ ଗୋଟିଏ ଶବ୍ଦ ମଧ୍ୟ ବାହାରୁନାହିଁ । ଏବେ ଦେଶର ଜନତାଙ୍କ ମନରେ ଏହି ପ୍ରଶ୍ନ ଉଙ୍କି ମାରୁଛି ଯେ, ଦେଶର ପ୍ରଧାନମନ୍ତ୍ରୀ ଭ୍ରଷ୍ଟାଚାର କରିଛନ୍ତି । ରାହୁଲ କହିଛନ୍ତି ଯେ, ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ କହୁଛନ୍ତି ଯେ, ଯେବେ ରାଜିନାମା ପରିବର୍ତ୍ତନ କରାଗଲା ଏହାର ସୂଚନା ତାଙ୍କ ପାଖରେ ନଥିଲା ।

ନିର୍ମଳା ସୀତାରମଣ ପୂର୍ବରୁ ମଧ୍ୟ କହି ସାରିଛନ୍ତି ଯେ, ସେ ରଫେଲ ରାଜିନାମାକୁ ନେଇ ପ୍ରକୃତରେ କେତେ ଟଙ୍କାର ରାଜିନାମା ହୋଇଛି ଏହାର ସୂଚନା ଦେବି । ମାତ୍ର ସେ କୌଣସି ସୂଚନା ଦେଇନାହାନ୍ତି ବୋଲି ରାହୁଲ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ