Connect with us

ଦେଶ

ଚର୍ଚ୍ଚାରେ ଶରଦ-କୁଶୱାହାଙ୍କ ସାକ୍ଷାତ ଆଲୋଚନା

ସାଙ୍କେତିକ ଚିତ୍ର

ଚର୍ଚ୍ଚାରେ ଶରଦ-କୁଶୱାହାଙ୍କ ସାକ୍ଷାତ ଆଲୋଚନା
ନୂଆଦିଲ୍ଲୀ,୧୨ା୧୧ : ଆସନ ଭାଗବଣ୍ଟାକୁ ନେଇ ଅସନ୍ତୁଷ୍ଟ କେନ୍ଦ୍ର ମନ୍ତ୍ରୀ ତଥା ରାଷ୍ଟ୍ରୀୟ ଲୋକ ସମତା ପାର୍ଟି (ଆରଏଲ୍ଏସ୍ପି) ଅଧ୍ୟକ୍ଷ ଉପେନ୍ଦ୍ର କୁଶୱାହା ଦିଲ୍ଲୀରେ ସୋମବାର ଲୋକତାନ୍ତ୍ରିକ ଜନତା ଦଳ ନେତା ଶରଦ ଯାଦବଙ୍କୁ ଭେଟିଛନ୍ତି । ଫଳରେ କୁଶୱାହା ବିଜେପି ନେତୃତ୍ୱାଧୀନ ଏନଡିଏ ଛାଡି କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ମେଣ୍ଟରେ ଯୋଗଦେବାକୁ ପ୍ରୟାସ ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି

ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ମାତ୍ର ୨ଟି ଆସନ ମିଳିବାରୁ କୁଶୱାହା ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏବେ ସେ ଜେଡିୟୁ ଏବଂ ବିଜେପି ସହ ମିଶି ନିର୍ବାଚନ ଲଢ଼ିବାକୁ ଚାହୁଁନଥିବା ସଙ୍କେତ ଦେଇଛନ୍ତି । ଶରଦଙ୍କ ସହ ସାକ୍ଷାତକାର ପରେ କୁଶୱାହା କହିଥିଲେ ଯେ, ନୀତିଶ କୁମାର ତାଙ୍କ ଦଳର ବିଧାୟକଙ୍କୁ ନିଜ ପଟକୁ ନେବା ପାଇଁ ପ୍ରଲୋଭିତ କରୁଛନ୍ତି । ସେ ଆରଏଲ୍ଏସ୍ପିକୁ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ନୀତିଶ ଏଥିରେ ସଫଳ ହେବେନାହିଁ ।

ଅପରପକ୍ଷରେ କୁଶୱାହା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ସାକ୍ଷାତକାର ପାଇଁ ସମୟ ମାଗିଛନ୍ତି ବୋଲି ଜାଣିବାକୁ ମିଳିଛି । ବିହାରରେ ଲୋକସଭା ଆସନ ଭାଗବଣ୍ଟାକୁ ନେଇ ସେ ଅମିତ ଶାହାଙ୍କ ସହ ଆଉଥରେ ଆଲୋଚନା କରିବେ ବୋଲି କୁହାଯାଉଛି । ହେଲେ ଏଭଳି ସମୟରେ କୁଶୱାହା ଓ ଶରଦଙ୍କ ସାକ୍ଷାତକାରକୁ ନେଇ ରାଜନୈତିକ ମହଲରେ ପ୍ରଶ୍ନ ଉଠିଛି । ବିରୋଧୀଙ୍କ ମହାମେଣ୍ଟରେ ମିଶିବା ପାଇଁ କୁଶୱାହା ପ୍ରୟାସ ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ