Connect with us

ଦେଶ

ସୁପ୍ରିମକୋର୍ଟରେ ସମସ୍ତ କାଗଜପତ୍ର ଦାଖଲ କଲେ କେନ୍ଦ୍ର ସରକାର

ସାଙ୍କେତିକ ଚିତ୍ର

ରାଫେଲ ମାମଲା
ସୁପ୍ରିମକୋର୍ଟରେ ସମସ୍ତ କାଗଜପତ୍ର ଦାଖଲ କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ,୧୨ା୧୧ : ରାଫେଲ ବିମାନ ଚୁକ୍ତି ସମ୍ବନ୍ଧରେ ଅଦାଲତର ନିର୍ଦ୍ଦେଶ ଅନୁଯାୟୀ କେନ୍ଦ୍ର ସରକାର ସମସ୍ତ କାଗଜପତ୍ର ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି । ୨୦୧୩ରେ ନିର୍ଦ୍ଧାରିତ ହୋଇଥିବା ପ୍ରକ୍ରିୟାର ପାଳନ ଅନୁସାରେ ଏହି ଚୁକ୍ତି ହୋଇଛି ବୋଲି ଦସ୍ତାବିଜରେ କୁହାଯାଇଛି । ଚୁକ୍ତି ରକ୍ଷା କାର୍ଯ୍ୟ ପରିଷଦର ମଞ୍ଜୁରୀରେ ନିଆଯାଇଥିଲା ଏବଂ ଭାରତୀୟ ଦଳ ଫ୍ରାନ୍ସିସ୍ ପକ୍ଷ ସହ ୧ ବର୍ଷ ଧରି ବାର୍ତ୍ତାଳାପ ମଧ୍ୟ କରିଥିଲା । ଏଥିପାଇଁ ୭୪ଟି ବୈଠକ ମଧ୍ୟ ହୋଇସାରିଛି । ଚୁକ୍ତି ହସ୍ତାକ୍ଷର କରିବା ପୂର୍ବରୁ ମନ୍ତ୍ରୀମଣ୍ଡଳ ସୁରକ୍ଷା ମାମଲାର ସମିତି ଠାରୁ ମଧ୍ୟ ମଞ୍ଜୁରୀ ନିଆଯାଇଥିଲା ବୋଲି ଦସ୍ତାବିଜରେ କୁହାଯାଇଛି ।

ସୂଚନାନୁଯାୟୀ, ଏହାପୂର୍ବରୁ କେନ୍ଦ୍ର ସରକାର ସୁପ୍ରିମକୋର୍ଟ ନିକଟରେ ରାଫେଲ ଚୁକ୍ତି ନିର୍ଣ୍ଣୟ ପ୍ରକ୍ରିୟାର ସମ୍ପୂର୍ଣ୍ଣ ବିବରଣୀ ପ୍ରସ୍ତୁତ କରିଥିଲେ । ଉଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧିଶ ରଞ୍ଜନ ଗୋଗେଇ ମଧ୍ୟ କେନ୍ଦ୍ର ଠାରୁ ନିର୍ଣ୍ଣୟ ନେବା ପ୍ରକ୍ରିୟା ସମ୍ବନ୍ଧିତ ବିସ୍ତୃତ ସୂଚନା ମାଗିଥିଲା । ରାଫେଲ ଚୁକ୍ତିରେ ଯୁଦ୍ଧ ଯୁଦ୍ଧ ବିମାନ ଦାମକୁ ନେଇ ବିପକ୍ଷ ଦଳ ଆରମ୍ଭରୁ କେନ୍ଦ୍ର ବିରୁଦ୍ଧରେ ଅଭିଯୋଗ ଲଗାଇଥିଲା ।

ଉଲ୍ଲେଖଯୋଗ୍ୟ ଯେ, ମୁଖ୍ୟ ବିଚାରପତି ରଞ୍ଜନ ଗୋଗେଇ, ଏସ୍ କେ କୌଲ ଏବଂ କେଏମ୍ ଜୋଶେଫଙ୍କ ଖଣ୍ଡପୀଠରେ ଅଦାଲତ ଗତ ଶୁଣାଣିରେ କହିଥିଲେ ଯେ, ରକ୍ଷା ସମ୍ବନ୍ଧିତ ରାଫେଲ ଚୁକ୍ତିର ଉପଯୁକ୍ତ ବିଷୟରେ କୌଣସି ରାୟ ଦେବେନାହିଁ । କିମ୍ବା କୌଣସି ନୋଟିସ ମଧ୍ୟ ଜାରି କରିବ ନାହିଁ । ଅଦାଲତ ନିଷ୍ପତ୍ତି ନେବାର ବୈଧତା ବିଷୟରେ ଜାଣିବାକୁ ଚାହୁଁଛି । ଏହି ଚୁକ୍ତିକୁ ବିରୋଧ କରି ମୁଖ୍ୟ ବିପକ୍ଷ ଅଭିଯୋଗ କରିଥିଲା ଯେ, ୫୨୬ କୋଟି ଚୁକ୍ତିକୁ କେନ୍ଦ୍ର ସରକାର ୧୬୭୦ କୋଟି ଟଙ୍କା ଦେଇ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ