Connect with us

ଦେଶ

ଘାଟି ତଳକୁ ଖସିପଡିଲା ଅଟୋ : ୧୩ ଜଣ ମୃତ l

ଘାଟି ତଳକୁ ଖସିପଡିଲା ଅଟୋ : ୧୩ ଜଣ ମୃତ l

ଘାଟି ତଳକୁ ଖସିପଡିଲା ଅଟୋ : ୧୩ ମୃତ
ଡେରାଡୁନ୍,୩ା୯ : ଉତ୍ତରାଖଣ୍ଡର ଉତ୍ତରକାଶୀରେ ୧୦୦ ମିଟର ଗଭୀର ଖାତକୁ ଏକ ଅଟୋ ଖସିପଡିବା ଫଳରେ ୧୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଆହତ ହୋଇଛନ୍ତି । ୨୨ ସିଟର ଅଟୋ ଟ୍ରାଭେଲରଟି ଗଙ୍ଗୋତ୍ରିରୁ ଫେରୁଥିଲା । ସେଥିରେ ୧୫ରୁ ଉର୍ଦ୍ଧ ଯାତ୍ରୀ ବସିଥିଲେ । ସେମାନେ ଭଙ୍କୋଲି ନାଗ ଦେବତାଙ୍କ ପାଲିଙ୍କି ନେଇ ଗଙ୍ଗୋତ୍ରି ଧାମରୁ ଫେରୁଥିଲେ ।

କୁହାଯାଉଛି ପାହାଡ କଡରେ ଏକ ବଡ ମାଟି ଅତଡା ଖସି ଏହି ଦୁର୍ଘଟଣା ଘଟିଛି । ଭୁ-ସ୍ଖଳନ ମଧ୍ୟକୁ ଗାଡିଟି ଆସିଯିବାରୁ ଖାଇ ତଳକୁ ଖସି ପଡିଥିଲା । ଜିଲ୍ଲାପାଳ, ଏସପିଙ୍କ ସମେତ ଅନ୍ୟ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚୀ ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି । ପାଣିପାଗ ଖରାପ ଥିବାରୁ ମୃତଦେହ ଉଦ୍ଧାର କରାଯାଇ ପାରିନାହିଁ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ