Connect with us

ଦେଶ

କଂଗ୍ରେସ ବିଜୟ ଶୋଭଯାତ୍ରାରେ ଏସିଡ୍ ମାଡ : ୧୦ଜଣ ଆହତ l

କଂଗ୍ରେସ ବିଜୟ ଶୋଭଯାତ୍ରାରେ ଏସିଡ୍ ମାଡ : ୧୦ଜଣ ଆହତ l

କଂଗ୍ରେସ ବିଜୟ ଶୋଭଯାତ୍ରାରେ ଏସିଡ୍ ମାଡ : ୧୦ଜଣ ଆହତ
ବେଙ୍ଗାଲୁରୁ,୩ା୯ : କର୍ଣ୍ଣାଟକ ପୌର ନିର୍ବାଚନକୁ ନେଇ ରାଜନୈତିକ ହିଂସାକାଣ୍ଡ ଘଟିଛି । ଏଥିରେ ୧୦ଜଣ ଆହତ ହୋଇଛନ୍ତି । ସୂଚନା ଅନୁସାରେ ଟୁମକୁର ନଗର ନିଗମ ନିର୍ବାଚନରେ ଜିତିବା ପରେ କଂଗ୍ରେସ ପକ୍ଷରୁ ଏକ ବିଜୟ ଶୋଭାଯାତ୍ରା ବାହାର କରାଯାଇଥିଲା । ବାଟରେ ଶୋଭାଯାତ୍ରା ଉପରେ ଏସିଡ୍ ଆକ୍ରମଣ ହୋଇଥିଲା । ଏଥିରେ ଅନ୍ୟୁନ୍ ୧୦ଜଣ କଂଗ୍ରେସ କାର୍ଯ୍ୟକର୍ତ୍ତା ଆହତ ହୋଇଛନ୍ତି । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପଛରେ କାହାର ହାତ ଅଛି ତାହା ଜଣାପଡିନାହିଁ ।

ଆହତଙ୍କ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଯେ, ଶୌଚାଳୟ ସଫା ପାଇଁ ବ୍ୟବହୃତ ଏସିଡ୍ ଆକ୍ରମଣ କରାଯାଇଛି । ଆହତମାନେ ଏବେ ବିପଦମୁକ୍ତ ଅଛନ୍ତି । ପୋଲିସ ଘଟଣାର ତଦନ୍ତ ଚଳାଇଛି । ଏପର୍ଯ୍ୟନ୍ତ ଏହି ଘଟଣାରେ କାହାରିକୁ ଗିରଫ କରାଯାଇନାହିଁ । ଜଣେ ଲୋକ ଏନେଇ ଥାନାରେ ମାମଲା ରୁଜୁ କରୁଛନ୍ତି । ଟୁମକୁର ନଗର ନିଗମ ନିର୍ବାଚନରେ ବିଜୟ ପରେ ବିଜୟୀ ପ୍ରାର୍ଥୀଙ୍କ ସମର୍ଥକମାନେ ଏହି ଶୋଭାଯାତ୍ରା ବାହାର କରିଥିଲେ । ଭିଡରେ ଲୁଚି ରହିଥିବା କେହି ଜଣେ ଲୋକଙ୍କ ଉପରେ ଏସିଡ୍ ଫୋପାଡି ଥିଲା । ଫଳରେ ଶୋଭାଯାତ୍ରାରେ ଥିବା କେତେକ ଲୋକଙ୍କ ଦେହମୁଣ୍ଡ ପୋଡାଜଳା ହୋଇଥିଲା । ପରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ