Connect with us

ଅପରାଧ

ଗଞ୍ଜାମ ଜିଲ୍ଲାରେ ପୁଣି ହାତୀ ମୃତ୍ୟୁ

ସାଙ୍କେତିକ ଚିତ୍ର

ଗଞ୍ଜାମ ଜିଲ୍ଲାରେ ପୁଣି ହାତୀ ମୃତ୍ୟୁ
ଗଞ୍ଜାମ,୧୭ା୧୨ : ୨୪ ଘଂଟା ନପୁରୁଣୁ ଆଜି ପୁଣି ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ତାରାସିଂ ବନାଚଂଳ ଅନ୍ତର୍ଗତ ବାରଧଙ୍ଗା ଜଙ୍ଗଲରୁ ଏକ ଦନ୍ତାହାତୀର ମୃତଦେହକୁ ବନବିଭାଗ ଉଦ୍ଧାର କରିଛି । ଦନ୍ତାର ମୃତଦେହକୁ ବ୍ୟବଚ୍ଛେଦ ପରେ ମାଟିରେ ପୋତି ଦିଆଯାଇଛି । ତେବେ କେଉଁ ପରସ୍ଥିତିରେ ତା’ର ମୃତ୍ୟୁ ଘଟିଛି ତାହା ସ୍ପଷ୍ଟ ହୋଇନାହିଁ ।

ଗତକାଲି ବନ ବିଭାଗର ଦିଗପହଣ୍ଡି ରେଞ୍ଜ ଅନ୍ତର୍ଗତ ନିମଖଣ୍ଡି ପେଣ୍ଠ କେନାଲ ହୁଡ଼ାରୁ ଏକ ଗୁଳିବିଦ୍ଧ ଦନ୍ତାହାତୀର ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର କରାଯାଇଥିଲା । ଦୁଇ ଦିନ ମଧ୍ୟରେ ଦୁଇଟି ଦନ୍ତାହାତୀର ମୃତ୍ୟୁ ଘଟଣାକୁ ନେଇ ରାଜ୍ୟରେ ହାତୀ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ହାତୀ ମୃତ୍ୟୁ ବାବଦରେ ବିଭାଗ ପକ୍ଷରୁ ତଦନ୍ତ ଜାରୀ ରହିଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ