Connect with us

ଓଡିଶା

ଗୁଜୁରାଟରେ ସତ୍ୟସାଇ ହାର୍ଟ ହସ୍ପିଟାଲ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ସାଙ୍କେତିକ ଚିତ୍ର

ଗୁଜୁରାଟରେ ସତ୍ୟସାଇ ହାର୍ଟ ହସ୍ପିଟାଲ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର୧୭ା୧୨ : ଗୁଜୁରାଟ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅହମ୍ମଦାବାଦରେ ପହଂଚି ସତ୍ୟସାଇ ହାର୍ଟ ହସ୍ପିଟାଲକୁ ଯାଇଥିଲେ । ସେଠାରେ ଚିକିତ୍ସାଧିନ ଥିବା ୧୫୦ ଓଡ଼ିଶା ହୃଦରୋଗୀଙ୍କୁ ସାକ୍ଷାତ କରିବା ସହ ସେମାନଙ୍କର ଚିକିତ୍ସା ସମ୍ପର୍କରେ ବୁଝିଥିଲେ । ସମ୍ପୃକ୍ତ ରୋଗୀମାନେ ମାଗଣାରେ ଚିକିତ୍ସିତ ହେଉଛନ୍ତି । ଏଥିପାଇଁ ଉକ୍ତ ହସ୍ପିଟାଲ ସହିତ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି ।

ଏହା ପରେ ମୁଖ୍ୟମନ୍ତ୍ରୀ ସୁରତ ଗସ୍ତରେ ଯାଇଥିଲେ ଏବଂ ସନ୍ଧ୍ୟାରେ ସେଠାରେ ଆୟୋଜିତ ମହୋତ୍ସବରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସମେତ ୧୭ ଜଣ ମନ୍ତ୍ରୀ ଏବଂ ବିଜେଡ଼ି ଦଳର ସାଧାରଣ କର୍ମୀଠାରୁ ଆରମ୍ଭ କରି ନେତା ମାନେ ଉପସ୍ଥିତ ରହିଥିଲେ । ବିଶେଷ କରି ଗଂଜାମ ଜିଲ୍ଲାର ସମସ୍ତ ବିଧାୟକ ଓ ମନ୍ତ୍ରୀମାନେ ଉପସ୍ଥିତ ଥିବାର ପରିଲକ୍ଷିତ ହୋଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା