Connect with us

ଓଡିଶା

ତିତଲି ପାଇଁ ଓଡିଶାକୁ ଅତିରିକ୍ତ ସହାୟତା

ସାଙ୍କେତିକ ଚିତ୍ର

ତିତଲି ପାଇଁ ଓଡିଶାକୁ ଏନଡିଆରଏଫରୁ ୧୦୨୩.୫୯ କୋଟି ଟଙ୍କାର ଅତିରିକ୍ତ ସହାୟତା
ନୂଆଦିଲ୍ଲୀ/ଭୁବନେଶ୍ୱର,୧୭ା୧୨: ତିତଲି ପାଇଁ ଓଡିଶାକୁ ଏନଡିଆରଏଫରୁ ୧୦୨୩.୫୯ କୋଟି ଟଙ୍କାର ଅତିରିକ୍ତ ସହାୟତାକୁ ମଂଜୁରୀ ଦିଆଯାଇଛି । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ସୋମବାର ଦିନ ଏକ ଉଚ୍ଚ ସ୍ତରୀୟ କମିଟି ବୈଠକରେ ଓଡିଶା ପାଇଁ ନ୍ୟାସନାଲ ଡିଜାଷ୍ଟର ରେସ୍ପୋନ୍ସ ଫଣ୍ଡ (ଏନଡିଆରଏଫ)ରୁ ୧୦୨୩.୫୯ କୋଟି ଟଙ୍କାର ଅତିରିକ୍ତ ସହାୟତା ପ୍ରଦାନ କରିବାକୁ ଅନୁମୋଦନ ଦିଆ ଯାଇଛି । ବାତ୍ୟା ତିତଲି, ଓ ବାତ୍ୟା ପାଇଁ ପ୍ରବଳ ବର୍ଷା ଜନିତ ବନ୍ୟା କାରଣରୁ ହୋଇଥିବା କ୍ଷୟକ୍ଷତି ପାଇଁ ଏହି ଅର୍ଥ ମଂଜୁର କରାଯାଇଛିି । ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡିଶାକୁ ତିତଲି କ୍ଷତିପୂରଣ ବାବଦକୁ ୨,୦୨୩ କୋଟି ଟଙ୍କା ଦେବାକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା