Connect with us

ଦେଶ

ଗଜଲକ୍ଷ୍ମୀ ପୂଜା ଆରମ୍ଭ

ସାଙ୍କେତିକ ଚିତ୍ର

କୁମାରୀ ପାଳିଲେ କୁମାର ପୂର୍ଣ୍ଣିମା
ଗଜଲକ୍ଷ୍ମୀ ପୂଜା ଆରମ୍ଭ
ଭୁବନେଶ୍ୱର,୨୪ା୧୦: ରାଜ୍ୟରେ କୁମାର ପୂର୍ଣ୍ଣିମା ପାରମ୍ପରିକ ରୀତିନୀତିରେ ପାଳିତ ହୋଇଯାଇଛି । କୁମାରୀମାନେ ପ୍ରାତଃ କାଳରେ ନୂତନ ବସ୍ତ୍ର ପରିଧାନ କରି ତୁଳସୀ ଚଉରା ମୂଳରେ ପୂଜା କରିବା ସହ ସୂର୍ଯ୍ୟଦେବଙ୍କୁ ପୂଜା କରିଥିଲେ । ଖଇ ଓ ବିଭିନ୍ନ ଫଳମୂଳ ଆଂଜୁଳି କରି ସୂର୍ଯ୍ୟଙ୍କୁ ପୂଜା କରିବାପରେ ସଂଧ୍ୟାରେ ସେଥିରେ ଚାନ୍ଦ କରି ଚନ୍ଦ୍ରଦେବଙ୍କୁ ପୂଜା କରାଯାଇଥିଲା । ଏହା ସହ ବିଭିନ୍ନ ପିଠାପଣାର ବାସ୍ନାରେ ପୁରପଲ୍ଲୀ ମହକି ଉଠିଥିଲା । ସଂଧ୍ୟାରେ ଚାନ୍ଦ ପୂଜା ପରେ ବାଳିକା ଓ ଯୁବତୀ ପରସ୍ପରକୁ ଚାନ୍ଦ ଖୁଆଇଥିଲେ । ସେହିପରି ଭୁବନେଶ୍ୱରରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ କୁମାର ଉତ୍ସବ ପାଳନ କରାଯାଇଥିଲା । ଅନ୍ୟପକ୍ଷରେ ଆଜିଠାରୁ ରାଜଧାନୀ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଛି । ଭୁବନେଶ୍ୱରର ବିଭିନ୍ନ ମଣ୍ଡପରେ ଧନଲକ୍ଷ୍ମୀ ପୂଜା ପାଉଛନ୍ତି । ଏଥିପାଇଁ ମୀନା ବଜାର ପଡିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେଉଛି । ସେହିପରି ଢେଙ୍କାନାଳ ସହରରେ ମଧ୍ୟ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ