Connect with us

ଦେଶ

କରୁଣା ଶୁକ୍ଲା ରମଣ ସିଂଙ୍କ ବିରୋଧରେ ନିର୍ବାଚନ ଲଢିବେ

ସାଙ୍କେତିକ ଚିତ୍ର

ରାୟପୁର : ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଝିଆରୀ ଛତିଶଗଡର ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କ ବିରୋଧରେ ନିର୍ବାଚନ ଲଢିବେ ବୋଲିଂ କଂଗ୍ରେସ ଘୋଷଣା କରିଛି ।

ଆଗାମୀ ବିଧାନସଭା ନିର୍ବାଚନରେ ଛତିଶଗଡର ରାଜନନ୍ଦଗାଓ ଆସନରୁ କଂଗ୍ରେସ ଟିକେଟରେ କରୁଣା ଶୁକ୍ଲା ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବାକୁ ଯାଉଛନ୍ତି । ନଭେମ୍ବରରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ବେଳେ କରୁଣାଙ୍କ ସମେତ ୬ଜଣ ପ୍ରାର୍ଥୀଙ୍କ ନାମ ବିଧିବଦ୍ଧ ଘୋଷଣା କରାଯିବ ବୋଲି କଂଗ୍ରେସ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

କରୁଣା କଂଗ୍ରେସରେ ଯୋଗ ଦେବା ପରେ ସେ କେଉଁ ଆସନରୁ ପ୍ରାର୍ଥୀ ହେବେ ତାହାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା । ସ୍ୱର୍ଗତ ବାଜପେୟୀଙ୍କ ଅସ୍ଥି ବିସର୍ଜନ କାର୍ଯ୍ୟକ୍ରମ ବିଭିନ୍ନ ରାଜ୍ୟରେ କରାଯିବାକୁ ନେଇ ବିଜେପି ରାଜନୀତି କରୁଛି ବୋଲି ମତ ଦେଇ କରୁଣା ଶୁକ୍ଳା ଚର୍ଚ୍ଚାକୁ ଆସିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ