Connect with us

ଦେଶ

ଏଆଇଡିଏମକେର ୧୮ ବିଧାୟକ ଅଯୋଗ୍ୟ

ସାଙ୍କେତିକ ଚିତ୍ର

ତାମିଲନାଡୁ ରାଜନୀତିରେ ଝଡ
ଏଆଇଡିଏମକେର ୧୮ ବିଧାୟକ ଅଯୋଗ୍ୟ
ନୂଆଦିଲ୍ଲୀ,୨୫ା୧୦ : ତାମିଲନାଡୁ ରାଜନୀତିରେ ଚେନ୍ନାଇ ଉଚ୍ଚ ନ୍ୟାୟାଳୟର ରାୟ ପରେ ଝଡର ବାତାବରଣ ଦୃଶ୍ୟମାନ ହୋଇଛି । କାରଣ ବିଧାନସଭା ବାଚସ୍ପତିଙ୍କ ଦ୍ୱାରା ଏଆଇଡିଏମକେର ୧୮ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ନିଷ୍ପତ୍ତିକୁ ଚେନ୍ନାଇ ଉଚ୍ଚନ୍ୟାୟାଳୟ ବଳବତ୍ତର ରଖିଛି । କୋର୍ଟର ଏହି ନିଷ୍ପତ୍ତି ଫଳରେ ତାମିଲନାଡୁ ରାଜନୀତି ବେଶ୍ ଚଳଚଞ୍ଚଳ ହୋଇପଡିଛି । କାରଣ ୧୮ଜଣ ବିଧାୟକ ଆଗାମୀ ଦିନରେ କ’ଣ କରିବେ ଏହାକୁ ନେଇ ରାଜନୀତି ଜୋର ଧରିବାରେ ଲାଗିଛି ।

ଏ ସମ୍ପର୍କରେ ବିଧାୟକ ଟିଟିଭି ଦିନାକରନ ଗଣମାଧ୍ୟମରେ ନିଜ ମତ ସ୍ପଷ୍ଟ କରିଛନ୍ତି । ଅଯୋଗ୍ୟ ଘୋଷିତ ୧୮ ବିଧାୟକ ଆଗାମୀ ଦିନରେ ନିର୍ବାଚନର ସାମ୍ନା କରିବେ ନା ଉଚ୍ଚନ୍ୟାୟାଳୟର ନିଷ୍ପତ୍ତିକୁ ସର୍ବୋଚ୍ଚ ନ୍ୟାୟାଳୟରେ ଚ୍ୟାଲେଞ୍ଜ କରିବେ ଏହା ତାଙ୍କ ଉପରେ ନିର୍ଭର କରୁଛି । ତେବେ ଦିନାକରନ ସମସ୍ତ ବିଧାୟକଙ୍କୁ ସାକ୍ଷାତ କରି ଏ ସମ୍ପର୍କରେ ଆଲୋଚନା କରିବେ ବୋଲି ପ୍ରକାଶ କରିଛନ୍ତି । ଟିଟିଭି ଦିନାକରନଙ୍କ ପ୍ରତି ବିଶ୍ୱାସ ପ୍ରକଟ କରିଥିବା ୧୮ଜଣ ବିଧାୟକଙ୍କୁ ବାଚସ୍ପତି ଅଯୋଗ୍ୟ ଘୋଷଣା କରିବା ପରେ ଏହାକୁ ଉଚ୍ଚ ନ୍ୟାୟାଳୟରେ ଚ୍ୟାଲେଞ୍ଜ କରାଯାଇଥିଲା । ୧୪ ଜୁନରେ ଏ ସମ୍ପର୍କରେ ଉଚ୍ଚ ନ୍ୟାୟାଳୟର ରାୟରେ ବିରୋଧଭାଷ ରହିବା ଦ୍ୱାରା ସୁପ୍ରିମକୋର୍ଟ ପକ୍ଷରୁ ଜଷ୍ଟିସ୍ ସତ୍ୟନାରାୟଣଙ୍କୁ ଏହି ଖଣ୍ଡପୀଠରେ ତୃତୀୟ ବିଚାରପତି ଭାବେ ନିୟୋଜିତ କରାଯାଇଥିଲା ।

ତାମିଲନାଡୁ ବିଧାନସଭା ଅଧ୍ୟକ୍ଷ ଧନପାଳ ଏଆଇଡିଏମକେର ୧୮ଜଣ ବିଧାୟକଙ୍କୁ ଗତବର୍ଷ ସେପ୍ଟେମ୍ବରରେ ଅଯୋଗ୍ୟ ଘୋଷଣା କରିଥିଲେ । ଅଧ୍ୟକ୍ଷଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ୧୮ଜଣ ବିଧାୟକ ୨୦୧୭ରେ ଚେନ୍ନାଇ ଉଚ୍ଚନ୍ୟାୟାଳୟରେ ମାମଲା ରୁଜୁ କରିଥିଲେ । ଏହି ମାମଲା ପ୍ରଥମେ ଚେନ୍ନାଇ ଉଚ୍ଚ ନ୍ୟାୟାଳୟ ଓ ପରେ ସୁପ୍ରିମକୋର୍ଟ ଯାଇ ପହଞ୍ଚିଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ