Connect with us

ଅପରାଧ

କୋଟିଏରୁ ଅଧିକ ଟଙ୍କା ନେଇ ସେଡିଲ ଇଣ୍ଡିଆ ଛୁ !

ସାଙ୍କେତିକ ଚିତ୍ର

କୋଟିଏରୁ ଅଧିକ ଟଙ୍କା ନେଇ ସେଡିଲ ଇଣ୍ଡିଆ ଛୁ !
ଭଦ୍ରକ,୭ା୧୦ : ରାଜ୍ୟରେ ଚିଟ୍ଫଣ୍ଡ ସଂସ୍ଥା ଉପରେ ସିବିଆଇ ଚଢାଉ ଜାରି ରଖିଥିବା ବେଳେ ଭଦ୍ରକ ଜିଲା ଆରଡିପୀଠରେ ଦୀର୍ଘବର୍ଷ ତଳେ ଖୋଲିଥିବା ସେଡିଲି ଇଣ୍ଡିଆ ନାମକ ଏକ ଚିଟଫଣ୍ଡ ସଂସ୍ଥା କୋଟିଏ ରୁ ଉର୍ଦ୍ଧ ଟଙ୍କା ନେଇ ଛୁ ହୋଇଯାଇଥିବା ବିଷୟ ଶତାଧିକ ଜମାକାରୀ ଅଭିଯୋଗ କରିଛନ୍ତି । ଜମାକାରୀଙ୍କ କହିବା ଅନୁଯାୟୀ ସେଡିଲି ଇଣ୍ଡିଆର ପରିଚାଳକ ଓ କାର୍ଯ୍ୟରତ କର୍ମଚାରୀମାନେ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ଆମକୁ ଟଙ୍କା ଲଗାଣ କରିବା ପାଇଁ କହିଥିଲେ । ଏପରିକି ୧ଟଙ୍କା ୫ବର୍ଷରେ ଦୁଇ ଗୁଣ ହେବ କହି ଟଙ୍କା ନେଇଥିଲେ ହେଲେ କିଛିଦିନ ହେବ ଅଫିସରେ ତାଲା ଝୁଲିଛି ଯେ ଖୋଲିବାର ନାଁ ଧରୁନି । ଏପରିକି ସଂସ୍ଥାର ପରିଚାଳକ ଓ ଏଜେଣ୍ଟମାନେ ନିର୍ଭୟରେ ବୁଲୁଛନ୍ତି । ଯାହାକି ଏବେ ଜମାକାରୀମାନଙ୍କୁ ଦ୍ୱନ୍ଦରେ ପକାଇବା ସହିତ ଉକ୍ତ ସଂସ୍ଥାରେ ରଖିଥିବା ଟଙ୍କା ପାଇବା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଭଦ୍ରକ ଜିଲାରେ ଜମାକାରୀମାନଙ୍କୁ ଠକି ରାତାରାତି ଉଭାନ ହୋଇଯାଇଥିବା ଚିଟଫଣ୍ଡ ସଂସ୍ଥାମାନଙ୍କ ଭିତରୁ ସିଡିଲ ଇଣ୍ଡିଆ ନାମକ ଚିଟଫଣ୍ଡ ସଂସ୍ଥା ଆରଡିପୀଠରେ ତାର ଏକ ଶାଖା ଖୋଲିଥିଲା । ଏହି ଚିଟଫଣ୍ଡ ସଂସ୍ଥା ଜିଲାର ୬ରୁ ୭ଟି ଶାଖା ରହିଥିବା ଜମାକାରୀମାନେ ପ୍ରକାଶ କରିଛନ୍ତି । ଏବେ ଏହି ଚିଟଫଣ୍ଡ ସଂସ୍ଥା ସରକାରଙ୍କ ତଦନ୍ତ ପରିସରଭୁକ୍ତ ହୋଇଛିକି ନାହିଁ ତାହା ଜମାକାରିଙ୍କୁ ଏବେ ଦ୍ୱନ୍ଦରେ ପକାଇଛି । ଏହି ସଂସ୍ଥାରେ ଆରଡି ତଥା ଏହାର ଆଖପାଖ ଅଂଚଳର ବହୁ ଗରିବ ଓ ମଧ୍ୟବିତ ଶ୍ରେଣୀର ଲୋକମାନେ ଟଙ୍କା ରଖିଥିଲେ । ସଂସ୍ଥା ମଧ୍ୟ ଲୋକଙ୍କୁ ଲୋଭୋନୀୟ ସ୍କିମ ବାହାରକରି ଲୋକଙ୍କ ଟଙ୍କା ଗୋଟେଇବାରେ ଲାଗିଥିଲା । ସଂସ୍ଥା ପକ୍ଷରୁ ଆରଡି ଶାଖାରେ ସ୍ଥାନୀୟ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯାଇଥିବାରୁ ଲୋକମାନଙ୍କର ଆସ୍ଥା ଜିଣିଥିଲା । ସ୍ଥାନୀୟ ଏଜେଂଟ ଓ କର୍ମଚାରୀଙ୍କ ଉପରେ ଭରସା କରି ନିଜନିଜ କଷ୍ଟ ଅର୍ଜିତ ଧନ ଏହି ସଂସ୍ଥାରେ ଜମା ଦେଇଥିଲେ ଲୋକମାନେ । ତେବେ ଏହି ସଂସ୍ଥା ହଠାତ ରାତିଅଧିଆ ବନ୍ଦ ହୋଇଯାଇଥିଲା ।

ଉକ୍ତ ସଂସ୍ଥା ଚାଲୁଥିବା ଭଡା ଘର ର ଏବେ ନକ୍ସା ବଦଳି ଗଲାଣି । ଏପରିକି ସେଠାରେ ଏଭଲି ଏକ ଚିତା କଟା ଚିଟଫଣ୍ଡ ଖୋଲିଥିଲା ତାହା ଜମାକାରୀ ଜାଣିବା କଷ୍ଟକର ହୋଇ ପଡିଛି । କେତେକ ଜମାକାରୀ ଏବେ ମୁଣ୍ଡରେ ହାତ ଦେଇଥିବା ବେଳେ ଆଉ କେତେକ ଗରିବ ଖଟିଆ ଲୋକ ନିଜର ଝିଅ ବାହାଦେବା ପାଇଁ ରଖିଥିବା ଜମା ଟଙ୍କାପାଇଁ ମାନସିକ ଭାରସାମ୍ୟ ହରାଇ ବସିଲେଣି । ଏଥିପ୍ରତି ଜିଲା ପ୍ରଶାସନ ଓ ସିବିଆଇ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି । ସଂସ୍ଥା ବନ୍ଦ ହେବା ପରେ ,ଏହି ଚିଟଫଣ୍ଡ ସଂସ୍ଥାରେ କେତେକ ଜମାକାରୀ ମାନେ ଉକ୍ତ ସଂସ୍ଥାରେ କାର୍ଯ୍ୟରତ ପରିଚାଳକ ଓ ସହକାରୀ ପରିଚାଳକ ନିକଟକୁ ଯିବାରୁ ସଂସ୍ଥାର ଭଦ୍ରକ ଠାରେ ଏକ ଜମି ଅଛି ତାକୁ ବିକ୍ରି କରାଯାଇ ଲୋକଙ୍କ ଟଙ୍କା ଫେରାଯିବ ବୋଲି କହିଥିଲେ ।

ପ୍ରତିଶୃତି ଦେବାର ୪ବର୍ଷ ବିତିଯାଇଥିଲେ ମଧ୍ୟ ଉକ୍ତ ଚିଟଫଣ୍ଡ ସଂସ୍ଥାର ଅଧିକାରୀ ଜମାକାରୀମାନଙ୍କୁ ଧମକ ଆଦି ଦେଉଥିବା କିଶୋରୀ ମୋହନ ଦ୍ୱିବେଦୀ, ରସାନନ୍ଦ ପାଢୀଙ୍କ ସହ ବହୁ ଗରିବ ଖଟିଖିଆ ଲୋକ ପ୍ରକାଶ କରିଛନ୍ତି । ଉକ୍ତ ସଂସ୍ଥାର ମୁଖ୍ୟ ପରିଚାଳକ ନିର୍ଭୟ ଭାବେ ସ୍ଥାନୀୟ ଅଂଚଳରେ ବୁଲୁଥିଲେ ମଧ୍ୟ ଜମାକାରିଙ୍କ ଅଭିଯୋଗକୁ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ଏବେ କିନ୍ତୁ ହତାଶ ଜମାକାରୀ ଟଙ୍କା ଫେରିପାଇବା ନେଇ ମେଳି କରିବା ସହ ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନର ଦ୍ୱାରସ୍ତ ହେବେ ବୋଲି ଏକ ଗୁପ୍ତ ବୈଠକରେ ମିଳିତ ହୋଇଛନ୍ତି ଶହଶହ ଜମାକାରୀ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ