Connect with us

ଅପରାଧ

ପୁରୀ ହିଂସା ମାମଲା : ୧୫ ଗିରଫ ଓ ୫ ପୋଲିସକର୍ମୀ ନିଲମ୍ବିତ

ସାଙ୍କେତିକ ଚିତ୍ର

ପୁରୀ ହିଂସା ମାମଲା : ୧୫ ଗିରଫ
୫ ପୋଲିସକର୍ମୀ ନିଲମ୍ବିତ
ଭୁୁବନେଶ୍ୱର,୭ା୧୦ : ଧାଡି ଦର୍ଶନକୁ ନେଇ ପୁରୀରେ ଘଟିଥିବା ହିଂସା କାଣ୍ଡ ଓ ପୋଡା ଜଳା ଘଟଣାରେ ସଂପୃକ୍ତ ଥିବା ଆଉ ୧୫ ଜଣ ଅଭିଯୁକ୍ତଙ୍କୁ ଆଜି ଗିରଫ କରା ଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୧ ଜଣ, ଦ୍ୱିତୀୟ ପର୍ଯ୍ୟାୟରେ ୧୨ ଜଣ ଓ ଆଜି ଆଉ ୧୫ ଜଣଙ୍କୁ ଗିରଫ କରାଯାଇଛି । ଆଜି ଗିରଫ ହୋଇଥି୍ବା ବ୍ୟକ୍ତି ମାନଙ୍କ ମଧ୍ୟରେ ଜଣେ ନାବାଳକ ଅଛନ୍ତି । ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ବାସଭବନ ଉପରେ ଆକ୍ରମଣ ଘଟଣାରେ ଏମାନେ ସାମିଲ ଥିବା ପୋଲିସ ପକ୍ଷରୁ କୁହାଯାଇଛି । ଅନ୍ୟ ପକ୍ଷରେ ଶ୍ରୀ ମହାନ୍ତିଙ୍କ ଘରେ ଭଙ୍ଗାରୁଜା ଘଟଣା ମାମଲାରେ ପାଂଚ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ଏମାନେ ସମସ୍ତେ ଦାୟିତ୍ୱରେ ଥିଲେ । ଦାୟିତ୍ୱରେ ଅବହେଳାକୁ ନେଇ ଏମାନଙ୍କୁ ନିଲମ୍ବିତ କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ