Connect with us

ଅପରାଧ

କୋଟଗଡ଼ ଅଞ୍ଚଳର ପୀଡ଼ିତାଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି -ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

କୋଟଗଡ଼ ଅଞ୍ଚଳର ପୀଡ଼ିତାଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି -ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ କୋଟଗଡ଼ ଅଞ୍ଚଳରେ ୯ ବର୍ଷର ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି । ପୀଡ଼ିତାଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ ଯେ , ଶନିବାର ଦିନ ହାଟପଦା ସାହିର ୯ ବର୍ଷର ଝିଅଟିଏ ଦିନ ୨ଟାରେ ନିଖୋଜ ହୋଇ ଯାଇଥିଲା । ପରିବାର ଲୋକେ ଖୋଜାଖୋଜି କରି ତାକୁ କେଉଁଠି ନପାଇବା ପରେ କୋଟଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ହେଲେ ସନ୍ଧ୍ୟା ସମୟରେ ୬ଟାରେ ହାଟପଦା ସାହି ନିକଟରେ ଥିବା ଏକ ବିଲ ଭିତରେ ଝିଅର ମୃତ ଦେହ ପଡ଼ିଥିବା ଶୁଣିବାକୁ ପାଇ ତୁରନ୍ତ ପରିବାର ଲୋକେ ଓ ସାହି ବାସିନ୍ଦା ବିଲମାଳକୁ ଯାଇଥିଲେ । ନାବାଳିକାକୁ କେହି ଦୁଷ୍କର୍ମ କରିବା ପରେ ଅମାନୁଷିକ ଭାବେ ତଣ୍ଟି ଚିପି ହତ୍ୟା କରିଥିଲା । ସେଠାରେ ଝିଅର ମୃତ ଦେହ ଦେଖି ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣା ସ୍ଥଳକୁ ଯାଇ ଶବ ଜବତ କରି ତଦନ୍ତ ଆରମ୍ଭ କରିଥିଲା ।

ବିଲ କାଦୁଅ ଭିତରେ ନାବାଳିକାର ଶବ ଠାବ ହେବା ପରେ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା । ତଦନ୍ତ ସମୟରେ ସେହି ଅଂଚଳର କିଛି ଲୋକ ଗଗନ ପ୍ରଧାନ କିଛି ସମୟ ଆଗରୁ ସେହି ରାସ୍ତାରେ ଓଦା ସରସର ହୋଇ ଶବ ଯେଉଁ ସ୍ଥାନରେ ପଡ଼ିଛି ସେହି ବିଲ ଭିତରୁ ଆସୁଥିବା ଦେଖିଥିଲେ ବୋଲି ପୁଲିସକୁ ଜଣାଇଥିଲେ। ଏହାପରେ ପୁଲିସ ତୁରନ୍ତ ଗଗନକୁ ଧରି ଆଣି ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ