Connect with us

ଦେଶ

କେରଳ ବିପନ୍ନଙ୍କୁ ୟୁଏଇ ଦେବ ୭୦୦ କୋଟି

କେରଳ ବିପନ୍ନଙ୍କୁ ୟୁଏଇ ଦେବ ୭୦୦ କୋଟି
କେରଳ,୨୧ା୮ : କେରଳରେ ଆସିଥିବା ପଳୟଙ୍କାରୀ ବନ୍ୟା ଲୋକଙ୍କ ଜୀବନକୁ ଦୁର୍ବିସିହ କରି ଦେଇଛି । ବନ୍ୟା ପରର ପରିସ୍ଥିତି ଲୋକଙ୍କ ଦୁର୍ଦ୍ଦଶାକୁ ବଢ଼ାଇ ଦେଇଛି । କିଏ ଜୀବନ ହରାଇଛି ତ ଆଉ କିଏ ଜୀବିକା ହରାଇଛି । ବନ୍ୟାରେ ୩୭୩ ଲୋକ ପ୍ରାଣ ହରାଇଥିବା ବେଳେ ୩୨ଜଣ ନିଖୋଜ ହୋଇଥିବା ଜାତୀୟ ବିପର୍ଯ୍ୟୟ ପରିଚାଳନା ଅର୍ଥରିଟି (ଏନ୍ଡିଏମ୍ଏ) ନିଜର ରିପୋର୍ଟରେ ଦର୍ଶାଇଛି ।

ଏବେ କେରଳବାସୀଙ୍କ ପାଇଁ ଦେଶ ତଥା ଦେଶ ବାହାରୁ ସହଯୋଗର ହାତ ବଢ଼ିଛି । ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ୭୦୦ କୋଟି ଟଙ୍କା ପ୍ରଦାନ କରିବ ବୋଲି କହିଛନ୍ତି କେରଳ ମୁଖ୍ୟମନ୍ତ୍ରୀ । ସେହିପରି ୟୁଏଇର ବିପିଏସ୍ ହେଲ୍ଥ କେୟାର ପ୍ରବନ୍ଧ ନିର୍ଦ୍ଦେଶକ ଡ. ଶମଶୀର ବୟାଲୀନ ପୀଡିତ ମାନଙ୍କ ପାଇଁ ୫୦ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରିଥିବା ବେଳେ କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ସୂଚନା ଦେଇଛନ୍ତି । ଯାହାକି ବ୍ୟକ୍ତିଗତ ଭାବେ ସବୁଠୁ ବଡ ଅର୍ଥ ରାଶି । ଶତାବ୍ଦୀର ରେକର୍ଡ ଭାଙ୍ଗିଥିବା କେରଳ ବନ୍ୟାରେ ୭୭୬ଟି ଗ୍ରାମର ୫୪ଲକ୍ଷ ୧୧ ହଜାର ୭୧୨ଜଣ ଲୋକ ପ୍ରଭାବିତ ହୋଇଛନ୍ତି । ଏହାସହିତ ୫୬୪୫ଟି ଅସ୍ଥାୟୀ ରିଲିଫ୍ କ୍ୟାମ୍ପରେ ୧୧ଲକ୍ଷ ୪୭ ହଜାର ଲୋକ ଆଶ୍ରୟ ନେଇଛନ୍ତି । ଅନ୍ୟପକ୍ଷରେ ଲକ୍ଷଲକ୍ଷ ପଶୁପକ୍ଷୀ ମଧ୍ୟ ପ୍ରାଣ ହରାଇଛନ୍ତି । ଏକକୋଟି ୭୦ଲକ୍ଷ କୁକୁଡା ଓ ୪୬ ହଜାର ଗୋରୁଗାଈ ମୃତ୍ୟୁବରଣ କରିଥିବା ଏନ୍ଡିଏମ୍ଏ ରିପୋର୍ଟରେ ପ୍ରକାଶ ପାଇଛି ।

ସମସ୍ତ କ୍ଷୟକ୍ଷତିକୁ ଆକଳନ କଲେ ପ୍ରାୟ ୨୦ ହଜାର କୋଟି ଟଙ୍କା ବନ୍ୟା ପାଣିରେ ଧୋଇ ହୋଇଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । କେରଳ ସରକାର ଆସନ୍ତା ଅଗଷ୍ଟ ୩୦ ତାରିଖରେ ଏକ ସ୍ୱତନ୍ତ୍ର କ୍ୟାବିନେଟ୍ ବୈଠକ ଡାକିବାକୁ ରାଜ୍ୟପାଳଙ୍କ ନିକଟରେ ସୁପାରିଶ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ