Connect with us

ଦେଶ

ସିଦ୍ଧୁ ଶାନ୍ତିଦୂତ : ଇମ୍ରାନ୍ ଖାନ୍

ସିଦ୍ଧୁ ଶାନ୍ତିଦୂତ : ଇମ୍ରାନ୍ ଖାନ୍

ସିଦ୍ଧୁ ଶାନ୍ତିଦୂତ : ଇମ୍ରାନ୍ ଖାନ୍
ନୂଆଦିଲ୍ଲୀ,୨୧ା୮ : ପାକିସ୍ତାନର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଭାରତର ପୂର୍ବତନ କ୍ରିକେଟ୍ ତାରକା ତଥା ପଞ୍ଜାବ କ୍ୟାବିନେଟ୍ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁଙ୍କ ସମର୍ଥନରେ ଖୋଲାଖୋଲି ନିଜ ପକ୍ଷ ରଖିଛନ୍ତି । ସିଦ୍ଧୁ ଜଣେ ଶାନ୍ତଦୂତ ବୋଲି ଇମ୍ରାନ କହିବା ସହିତ ଏଭଳି ଘଟଣାରେ ଆରମ୍ଭ ହୋଇଥିବା ବିବାଦ ବନ୍ଦ ହେବା ଉଚିତ ବୋଲି ମତବ୍ୟକ୍ତ କରିଛନ୍ତି ।

ଇମ୍ରାନଙ୍କ ଶପଥ ଗ୍ରହଣ ଉତ୍ସବରେ ସିଦ୍ଧୁ ଯୋଗ ଦେବା ସହ ପାକ୍ ସେନାମୁଖ୍ୟଙ୍କୁ ଆଲିଙ୍ଗନ କରି ବିବାଦରେ ଛନ୍ଦି ପଡିଛନ୍ତି । ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ମଧ୍ୟ ସିଦ୍ଧୁଙ୍କ ଏଭଳି କାର୍ଯ୍ୟର ସମାଲୋଚନା କରିଛନ୍ତି । ଏପରିକି ଦଳ ଭିତରେ ମଧ୍ୟ ସିଦ୍ଧୁଙ୍କ ଏଭଳି କାର୍ଯ୍ୟକଳାପକୁ ନେଇ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି । ଏଭଳି ପରିସ୍ଥିତିରେ ଇମ୍ରାନ ଖାନ୍ ଟ୍ୱିଟରେ ସିଦ୍ଧୁଙ୍କୁ ତାଙ୍କ ଆଭିମୁଖ୍ୟ ପାଇଁ ପ୍ରଶଂସା କରିଛନ୍ତି । ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିବାରୁ ସିଦ୍ଧାଙ୍କୁ ଧନ୍ୟବାଦ ଜଣାଇବା ସହ ପ୍ରସଙ୍ଗକୁ ନେଇ ସମାଲୋଚନା କରିବା ଉଚିତ ନୁହେଁ ବୋଲି ତାଙ୍କ ଟ୍ୱିଟରେ ଇମ୍ରାନ୍ ପରାମର୍ଶ ଦେଇଛନ୍ତି । ଯେଉଁମାନେ ଏଭଳି ଆଲୋଚନାକୁ ପ୍ରୋତ୍ସାହିତ କରୁଛନ୍ତି ସେମାନେ କଦାପି ଭାରତ-ପାକ୍ ସମ୍ପର୍କକୁ ନେଇ ଏଭଳି ନକାରାତ୍ମକ ମନ୍ତବ୍ୟ ଦେବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି ।

ଅପରପକ୍ଷରେ ଏଭଳି ଘଟଣାରେ ଛନ୍ଦି ପଡିଥିବା ସିଦ୍ଧୁ ମଧ୍ୟ ପାକ୍ ସେନା ମୁଖ୍ୟଙ୍କ ସହ ତାଙ୍କ ବ୍ୟବହାର ବାଜପେୟୀ ଓ ମୋଦିଙ୍କ ସହ ତୁଳନା କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ