Connect with us

ଦେଶ

କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ରାଗି ପାଚି ଲାଲ…ଟାର୍ଗେଟରେ ସାମ୍ବାଦିକ

web

କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ର ଟେନି ରାଗି ପାଚି ଲାଲ ….ଏଥର ମନ୍ତ୍ରୀଙ୍କ ଟାର୍ଗେଟରେ ସାମ୍ବାଦିକ l

ଲକ୍ଷନୌ -: 15/12 -କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ର ଟେନି ପୁଣି ବିବାଦ ଗେରକୁ ଆସିଛନ୍ତି l ଏଥର ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରି ଚର୍ଚାକୁ ଆସିଛନ୍ତି l ଲକ୍ଷ୍ମୀପୁର ଠାରେ ଏକ ଅକ୍ସିଜେନ ପ୍ଲାଣ୍ଟ ଉଦଘାଟନ ପାଇଁ ଆସିଥିବା ବେଳେ ଜୈନିକ ସାମ୍ବାଦିକଙ୍କ ପ୍ରଶ୍ନ ରେ ଉତକ୍ଷିପ୍ତ ହୋଇ ଦୂର୍ବବ୍ୟବହାର କରିଥିଲେ l
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ , ଲକ୍ଷ୍ମୀପୁର ର ଟୀକୁଣିଆ ଠାରେ ଅକ୍ଟୋବର ତିନି ତାରିଖ ଦିନ ଏକ ଗାଡି କୃଷକ ଆନ୍ଦୋଳନ ଉପରେ ମାଡିଯାଇଥିଲା l ଉକ୍ତ ଗାଡିଟି କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଙ୍କ ପୁତ୍ର ଆଶିଷ ମିଶ୍ର ଓରଫ ‘ମୋନୁ’ଙ୍କ ନାମରେ ଥିଲା l ଅଭିଯୋଗ ଅନୁସାରେ ସେହି ସମୟରେ ସେ ଉକ୍ତ ଗାଡ଼ିଟିକୁ ଚଳାଉଥିଲେ l ଅଦାଲତ ନିର୍ଦେଶରେ ଗଠିତ ହୋଇଥିବା SITନିକଟରେ ଦେଇଥିବା ସଦ୍ୟତମ ରିପୋର୍ଟ ଅନୁସାରେ ଆଶିଷ ମିଶ୍ର ଜାଣିଶୁଣି ଉକ୍ତ ଗାଡ଼ିଟିକୁ ନିଜେ ଚଳାଇ କୃଷକମାନଙ୍କ ଉପରେ ଚଢାଇ ମାରିଦେଇଥିଲେ l
ଏହି ନୂତନ ଘଟଣାକ୍ରମକୁ ନେଇ ସାମ୍ବାଦିକ ଜଣକ ପ୍ରତିକ୍ରିୟା ଚାହିଁବାରୁ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଉତକ୍ଷିପ୍ତ ହୋଇ ସାମ୍ବାଦିକ ଜଣଙ୍କୁ ଉଚସ୍ୱରରେ ‘ବୋକାଙ୍କ ଭଳି ପ୍ରଶ୍ନ ପଚାର ନାହିଁ ,ମୁଣ୍ଡ ଖରାପ ଅଛିକି ?’ ପଚାରି ଅନ୍ୟ ଏକ ସାମ୍ବାଦିକଙ୍କ ଠାରୁ ମାଇକ ଛଡ଼ାଇବାକୁ ଚେଷ୍ଟା କରିଥିଲେ l

Click to comment

Leave a Reply

Your email address will not be published. Required fields are marked *

More in ଦେଶ