Connect with us

ଦେଶ

ଲକ୍ଷୀମପୁର ଘଟଣାର ନୂଆ ମୋଡ – ସୁଚିନ୍ତିତ ଉପାୟରେ କୃଷକମାନଙ୍କ ଉପରେ ଗାଡି ଚଢାଇ ହତ୍ୟା କରାଯାଇଥିଲା I

web

 

ଲକ୍ଷୀମପୁର ଘଟଣାର ନୂଆ ମୋଡ – ସୁଚିନ୍ତିତ ଉପାୟରେ କୃଷକମାନଙ୍କ ଉପରେ ଗାଡି ଚଢାଇ ହତ୍ୟା କରାଯାଇଥିଲା I

ଲକ୍ଷନୌ-: 14/12 – ଲକ୍ଷୀମପୂର ଖିରି ଠାରେ ଘଟିଥିବା ବିଗତ ଦିନର ବହୁଚର୍ଚ୍ଚିତ କୃଷକ ନରସଂହାର ଘଟଣାର ନୂଆ ମୋଡ ନେଇଛି I ଯାହା ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଛି I ସୁପ୍ରିମକୋର୍ଟ ନିର୍ଦେଶରେ ଗଠିତ ହୋଇଥିବା SIT ଯେଉଁଥିରେ ଉତ୍ତରପ୍ରଦେଶ ସରକାରଙ୍କର ବରିଷ୍ଠ ଅଧିକାରୀମାନେ ସାମିଲ ଅଛନ୍ତି , ସେମାନେ ଆଜି କୋର୍ଟକୁ ଜଣାଇଛନ୍ତିଯେ, ଉକ୍ତ ଘଟଣା ଏକ ଦୁର୍ଘଟଣା ନଥିଲା I ଏହା ଏକ ସୁନିୟୋଜିତ ହତ୍ୟା ଘଟଣା ଥିଲା I କୃଷକମାନଙ୍କ ଉପରେ ଜାଣି ଶୁଣି ଗାଡି ଚଢେଇ ଦିଆଯାଇଥିଲା I ଏଥିରେ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଜଡିତ ଅଛନ୍ତି I
ଏଠାରେ ଉଲ୍ଲେଖଯୋଗ୍ୟଯେ ,ଗତ ଅକ୍ଟୋବର ତିନି ତାରିଖରେ ଏହି ଘଟଣା ଘଟିଥିଲା I ଏହି ଘଟଣାପରେ କେନ୍ଦ୍ରସରକାର ଓ ଉତ୍ତରପ୍ରଦେଶ ସରକାର ନିନ୍ଦିତ ହେବା ସହିତ ସମାଲୋଚିତ ହୋଇଛନ୍ତି I ବିରୋଧୀ ଦଳଙ୍କୁ ଏକ ଅସ୍ତ୍ର ମିଳିଯାଇଛି ସରକାରଙ୍କୁ ଘେରିବା ପାଇଁ I ଆଗାମୀ ଦିନରେ ଏହି ଘଟଣା କେନ୍ଦ୍ର ଓ ୟୁପି ସରକାରଙ୍କୁ ଅପଦସ୍ଥରେ ପକାଇବ I

Click to comment

Leave a Reply

Your email address will not be published. Required fields are marked *

More in ଦେଶ