Connect with us

ଦେଶ

ସମଗ୍ର ଭାରତ ବର୍ଷରେ ରେଳ ଲାଇନ କଡରେ ଥିବା ବସ୍ତି ଗୁଡିକର ଉଛେଦ ହବ |

s media

ସମଗ୍ର ଭାରତ ବର୍ଷରେ ରେଳ ଲାଇନ କଡରେ ଥିବା ବସ୍ତି ଗୁଡିକର ଉଛେଦ ହବ |

ନୂଆଦିଲ୍ଲୀ -: 16/12 – ସୁପ୍ରିମକୋର୍ଟ ଏକ ଉଲ୍ଲେଖନୀୟ ରାୟ ଦେଇ ସମଗ୍ର ଭାରତବର୍ଷରେ ରେଳ ଧାରଣା କଡରେ ଯେଉଁ ବସ୍ତିମାନ ଗଢି ଉଠିଛି ତାହା ବିରୁଦ୍ଧରେ କଡା ଆଭିମୁଖ୍ୟ ନେବାକୁ ନିର୍ଦେଶ ଦେଇଛନ୍ତି | ଏବଂ ଯେଉଁ ଅଫିସରମାନେ ଅନୁମତି ଦେଇଛନ୍ତି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦେଶ ଦେଇଛନ୍ତି | ବସ୍ତି ଉଛେଦ ବା ସ୍ଥାନାନ୍ତରଣକୁ ସୁପ୍ରିମକୋର୍ଟ ସମୀକ୍ଷା କରିବେ ବୋଲି ନିଷ୍ପତି ନେଇଛନ୍ତି |
ଏଠାରେ ଉଲେଖାଯୋଗ୍ୟ ଯେ ,’ଉତ୍ତର ରୁ ପଶ୍ଚିମ ରେଲୱେ ଝୋପଡ଼ପଟି ବିକାଶ ମଣ୍ଡଳ’ ଗୁଜୁରାଟ ସରକାର ଓ ପଶ୍ଚିମ ରେଲୱେ ବିରୁଦ୍ଧରେ ସୁପ୍ରିମକୋର୍ଟରେ ୟାଚିକା ଦାୟର କରିଥିଲା |ଯେଉଁଥିରେ ରେଳ ବିଭାଗ ଓ ଗୁଜୁରାଟ ରାଜ୍ୟ ସରକାର 5000 ବସ୍ତିକୁ ଉଛେଦ କରିବାକୁ ନିର୍ଦେଶ ଦେଇଥିଲେ | କୋର୍ଟ କହିଛନ୍ତି ଯେ, ଦେଶର ସବୁ ପ୍ରମୁଖ ସହରକୁ ସ୍ଲମରେ ପରିଣତ କରିଦେଇଛନ୍ତି , ଏହାକୁ ଦେଖିଲେ ଦୁଃଖ ଲାଗୁଛି | ରେଳ ବିଭାଗ ନିଜ ଉତ୍ତରଦାୟିତ୍ୱ ରୁ ଖସିଯାଇ ପାରିବନି | ସୁପ୍ରିମକୋର୍ଟ ଅନାଧିକୃତ ଝୋପଡ଼ପଟି ବାସୀଙ୍କ ଉପରେ ତୁରନ୍ତ ଅପରାଧିକ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଇଛନ୍ତି | କୋର୍ଟ ବସ୍ତି ବାସିନ୍ଦାଙ୍କୁ ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା’ ର ନିୟମ ଅନୁଯାୟୀ ଥଇଥାନ କରିବାକୁ ନିର୍ଦେଶ ଦେଇଛନ୍ତି ଓ ଥଇଥାନ ପର୍ଯ୍ୟନ୍ତ ଅର୍ଥାତ 6 ମାସ ପର୍ଯ୍ୟନ୍ତ ମାସିକ ୨ହଜାର ଟଙ୍କା କ୍ଷତିପୂରଣ ବାବଦରେ ଦେବାପାଇଁ ନିର୍ଦେଶ ଦେଇଛନ୍ତି | ଉକ୍ତ ଆଦେଶ ଦ୍ୱାରା ସମଗ୍ର ଭାରତ ବର୍ଷରେ ରେଳ ଲାଇନ କଡରେ ଥିବା ବସ୍ତି ଗୁଡିକର ଥଇଥାନ ଓ ଉଛେଦ ହେବାର ବାଟ ଫିଟିଯାଇଛି |

Click to comment

Leave a Reply

Your email address will not be published. Required fields are marked *

More in ଦେଶ