Connect with us

ଅପରାଧ

କିରାଣୀ ପ୍ରଭାକର ପରିଡ଼ାଙ୍କ ଆୟ ବହିର୍ଭୂତ ସମ୍ପତ୍ତିର ମୂଲ୍ୟ ୧ କୋଟି ୧୬ ଲକ୍ଷ ୯୭ହଜାର ୧୯୭ ଟଙ୍କା ।

କିରାଣୀ ପ୍ରଭାକର ପରିଡ଼ାଙ୍କ ଆୟ ବହିର୍ଭୂତ ସମ୍ପତ୍ତିର ମୂଲ୍ୟ ୧ କୋଟି ୧୬ ଲକ୍ଷ ୯୭ହଜାର ୧୯୭ ଟଙ୍କା ।

ଭୁବନେଶ୍ୱର, ୫ା୯- ବାରିପଦା ଏମ୍‌ପିସି ସ୍ବୟଂଶାସିତ ମହାବିଦ୍ୟାଳୟର ମୁଖ୍ୟ କିରାଣୀ ପ୍ରଭାକର ପରିଡ଼ାଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା l ତାଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧ କୋଟି ୧୬ ଲକ୍ଷ ୯୭ହଜାର ୧୯୭ ଟଙ୍କା। ବାରିପଦା ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ପକ୍ଷରୁ ଜାରି ତଲାସି ୱାରେଣ୍ଟ ବଳରେ ବାଲେଶ୍ୱର ଭିଜିଲାନ୍ସ ଡିଭିଜନ ପକ୍ଷରୁ ୫ଟି ସ୍ଥାନରେ ଭିଜିଲାନ୍ସ ମଙ୍ଗଳବାର ଯାଞ୍ଚ କରିଥିଲା।

ମୟୂରଭଞ୍ଜ ଜିଲା ବୈସିଙ୍ଗା ଥାନା କେନ୍ଦୁଆ ଗ୍ରାମରେ ଥିବା ଆବାସିକ ଘର, ସେଠାରେ ଥିବା ତିନି ମହଲା କୋଠା, ବୈସିଙ୍ଗା ଥାନା ଖଣ୍ଡଦେଉଳିଆଠାରେ ଥିବା ଘର, ବାରିପଦା ସହରରେ ଥିବା ଘର ଓ କଲେଜ କାର୍ଯ୍ୟାଳୟକୁ ଯାଞ୍ଚ କରାଯାଇଥିଲା। ଠାବ ସମ୍ପତ୍ତିଗୁଡ଼ିକ ମଧ୍ୟରେ କେନ୍ଦୁଆଠାରେ ଥିବା ତିନି ମହଲା ବିଶିଷ୍ଟ କମର୍ସିଆଲ କମ୍ପ୍ଲେକ୍ସର ମୂଲ୍ୟ ୬୧ ଲକ୍ଷ ୯୯ହଜାର ୬୭୬ ଟଙ୍କା ଓ ଗୋଟିଏ ଦୁଇ ମହଲା କୋଠାର ମୂଲ୍ୟ ୨୧ ଲକ୍ଷ ୯୫ହଜାର ୩୧୧ ଟଙ୍କାର ବୋଲି ଭିଜିଲାନ୍ସ ଆକଳନ କରିଛି ।

ଏଥିସହ କିରାଣୀ ପ୍ରଭାକରଙ୍କ ଭୁବନେଶ୍ୱର, ବାରିପଦା ଓ ବୈସିଙ୍ଗା ଆଦି ସ୍ଥାନରେ ଥିବା ମୋଟ ୨୭ଟି ପ୍ଲଟର ମୂଲ୍ୟ ୧୪ ଲକ୍ଷ ୩୦ହଜାର ୩୨୦ ଟଙ୍କା ହେବ ବୋଲି ଭିଜିଲାନ୍ସ ସୂଚନା ଦେଇଛି। କେନ୍ଦୁଆ ନିକଟରେ ତାଙ୍କର ନିର୍ମାଣାଧୀନ ଗୋଟିଏ ଶୀତଳଭଣ୍ଡାର ପ୍ରକଳ୍ପର ମୂଲ୍ୟ ୩ ଲକ୍ଷ ୨୫ହଜାର ୫୧୩ ଟଙ୍କା ବୋଲି ହିସାବ କରିଛି ଭିଜିଲାନ୍ସ । ସେହିଭଳି ବ୍ୟାଙ୍କ, ପୋଷ୍ଟ ଅଫିସ ଓ ଜୀବନ ବୀମା ପଲିସିରେ ୧୦ ଲକ୍ଷ ୪ହଜାର ୧୧୬ ଟଙ୍କା ଜମା ଥିବାବେଳେ ୫୧ହଜାର ଟଙ୍କା ମୂଲ୍ୟର ଗୋଟିଏ ସ୍କୁଟି, ୨ ଲକ୍ଷ ୨୫ହଜାର ୯୦୦ ଟଙ୍କା ମୂଲ୍ୟର ଆସବାବପତ୍ର ଓ ନଗଦ ୧୦ହଜାର ୨୧୦ ଟଙ୍କା ଭିଜିଲାନ୍ସ ଠାବ କରିଛି।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ