Connect with us

ଓଡିଶା

ଅତିରିକ୍ତ ବଜେଟ ଉପସ୍ଥାପିତ l

ଅତିରିକ୍ତ ବଜେଟ ଉପସ୍ଥାପିତ l

ଭୁବନେଶ୍ୱର, ୫।୯ :  ବିଧାନସଭା ମୌସୁମୀ ଅଧିବେଶନରେ ଉପସ୍ଥାପିତ ହୋଇଛି ଅତିରିକ୍ତ ବଜେଟ। ହୋହଲ୍ଲା ଭିତରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ବିଧାନସଭାରେ ୨୦୧୮-୧୯ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପନ କରିଛନ୍ତି। ପ୍ରଥମ ଅତିରିକ୍ତ ବଜେଟ ପାଇଁ ୧୨ ହଜାର ୭୯୦ କୋଟି ବ୍ୟୟବରାଦ କରାଯାଇଛି। ମୂଳ ବଜେଟ ଅଟକଳ ୧ଲକ୍ଷ ୨୦ ହଜାର ୨୮ କୋଟି ହୋଇଥିବାବେଳେ ମୋଟ ବଜେଟ ଅଟକଳ ୧ କୋଟି ୩୨ ଲକ୍ଷ ୮୧୮ କୋଟି ଟଙ୍କା ହୋଇଛି।

ଏକ ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ସୂଚନା ଦେଇ କହିଛନ୍ତି ଯେ, ଅତିରିକ୍ତ ବଜେଟରେ ବ୍ୟୟବରାଦ ହୋଇଥିବା ୧୨ ହଜାର ୭୯୦ କୋଟି ଟଙ୍କା ମଧ୍ୟରୁ ସମ୍ବଳ ସୂତ୍ରରୁ ୫୧୬୬ କୋଟି ଟଙ୍କା, ଅଣସମ୍ବଳରୁ ୧୦୦୦କୋଟି ଟଙ୍କା, ବିଭିନ୍ନ ବିଭାଗ ଦ୍ୱାରା ସମର୍ପିତ ହୋଇଥିବା ବ୍ୟୟ ବରାଦ ଓ ଅନୁଦାନରୁ ସମର୍ପଣ ଦ୍ୱାରା ୧୦୮୨ କୋଟି ଏବଂ ବର୍ଷ ଶେଷକୁ ସଞ୍ଚୟ ଓ ସମର୍ପଣ ଜରିଆରେ ୫୫୪୨ କୋଟି ଟଙ୍କା ଭରଣା କରାଯିବାର ଆକଳନ କରାଯାଇଛି।

ସେହିପରି ପ୍ରଶାସନିକ ବ୍ୟୟ କ୍ଷେତ୍ରରେ ନିଟ ବ୍ୟୟବରାଦ ୧୮୦୦ କୋଟି ଟଙ୍କା ରହିଛି। ଶିକ୍ଷା ସହାୟକମାନଙ୍କୁ ନିୟମିତ ଦରମା ପ୍ରଦାନ ପାଇଁ ୭୫୦ କୋଟି, ସୁଧ ରାଶି ପୈଠ ପାଇଁ ୩୫୦ କୋଟି, ଲୋକସଭା ଓ ରାଜ୍ୟ ବିଧାନସଭା ଏକକ ନିର୍ବାଚନ ପରିଚାଳନା ପାଇଁ ୪୧ କୋଟି, ସଡ଼କ ରକ୍ଷଣାବେକ୍ଷଣ ପାଇଁ ୧୦୦ କୋଟି, ଓଏଲ୍‌ଆଇସିକୁ ଅନୁଦାନ ଓ ଆର୍ଥିକ ପ୍ରୋତ୍ସାହନ ପାଇଁ ୩୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ନ୍ୟାୟିକ ଅଧିକାରୀମାନଙ୍କୁ ୧ ଜାନୁୟାରୀ, ୨୦୧୬ ମସିହାଠାରୁ ବେତନର ୩୦ ପ୍ରତିଶତ ମଧ୍ୟବର୍ତ୍ତୀକାଳୀନ ରାଶି ପ୍ରଦାନ ନିମିତ୍ତ ଆବଶ୍ୟକ ଅତିରିକ୍ତ ବ୍ୟୟ ବରାଦ ମଧ୍ୟ କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା