Connect with us

ଅପରାଧ

କଳିଙ୍ଗ ହସ୍ପିଟାଲର ଦୁଇ ଅଲଟ୍ରାସାଉଣ୍ଡ ମେସିନ୍ ସିଲ୍ ,

ସାଙ୍କେତିକ

କଳିଙ୍ଗ ହସ୍ପିଟାଲର ଦୁଇ ଅଲଟ୍ରାସାଉଣ୍ଡ ମେସିନ୍ ସିଲ୍ , ଡାକ୍ତରଖାନା କର୍ତୃପକ୍ଷଙ୍କ ବିରୋଧରେ ମାମଲା ରୁଜୁ
ଭୁବନେଶ୍ୱର, ୨୯ ଜୁଲାଇ – ଆଇନ୍ ଉଲ୍ଲଙ୍ଘନ ଅଭିଯୋଗରେ କଳିଙ୍ଗ ହସ୍ପିଟାଲର ଦୁଇଟି ଅଲଟ୍ରାସାଉଣ୍ଡ ମେସିନକୁ ସିଲ୍ କରାଯାଇଛି । ଏହା ସହିତ ଆଇନ୍ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ଡାକ୍ତରଖାନା କର୍ତୃପକ୍ଷଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି ।
ସୋମବାର ଦିନ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ପିସିପିଏନଡିଟି ସେଲ୍ ପକ୍ଷରୁ ମିଳିତ ଭାବେ କଳିଙ୍ଗ ହସ୍ପିଟାଲ ଉପରେ ଚଢାଉ ହୋଇଥିଲା । ଯାଂଚ ସମୟରେ ଅଲଟ୍ରାସାଉଣ୍ଡ କରୁଥିବା ପ୍ରସୂତୀମାନଙ୍କର ରେକର୍ଡପତ୍ର ଠିକଣା ଭାବେ ମିଳି ନଥିଲା । ପ୍ରସୂତୀମାନଙ୍କ ପାଇଁ ଉଦ୍ଦିଷ୍ଟ ଫର୍ମ ‘ଏଫ୍’ ରେ ଅଲଟ୍ରାସାଉଣ୍ଡ କରୁଥିବା ଡାକ୍ତରଙ୍କ ଦସ୍ତଖତ ବାଧ୍ୟତାମୂଳକ ଥିବାବେଳେ ଅନେକ ଫର୍ମରେ ଡାକ୍ତରଙ୍କ ଦସ୍ତଖତକୁ ଯାଂଚ ଅଧିକାରୀମାନେ ପାଇନଥିଲେ । ଏଥିଯୋଗୁଁ ଏଠାରେ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ ଚାଲିଥିବା ନେଇ ଯାଂଚ ଅଧିକାରୀଙ୍କର ସନ୍ଦେହଜାତ ହୋଇଥିଲା ।
ଜିଲ୍ଲା ପ୍ରଶାସନ ପକ୍ଷରୁ ସହକାରୀ ଜିଲ୍ଲାପାଳ ପୂରନ୍ଦର ନନ୍ଦଙ୍କ ସମେତ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧିକାରୀ, ପରିବାର କଲ୍ୟାଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ବିନୋଦ ବିହାରୀ ରଥ ଓ ପିସିପିଏନଡିଟି ସେଲର ଆଇନ୍ ଅଧିକାରୀ ମନୋରଞ୍ଜନ ପ୍ରଧାନ ପ୍ରମୁଖ ଚଢାଉରେ ଅଂଶଗ୍ରହଣ କରିଥିଲେ ।
ଉଲ୍ଲେଖନୀୟ ଯେ ଗତ ସପ୍ତାହରେ ଡ୍ରଗ୍ସ କେଂଟ୍ରାଲ ଦପ୍ତର ପକ୍ଷରୁ ମଧ୍ୟ କଳିଙ୍ଗ ହସ୍ପିଟାଲ ଉପରେ ଅଚାନକ ଚଢାଉ କରାଯାଇ ଔଷଧ ଗୁଡିକୁ ଯାଂଚ କରାଯାଇଥିଲା । ଯାଂଚ ସମୟରେ ୬ଟି ଔଷଧ ଉପରେ ସନ୍ଦେହ ହେବାରୁ ତାକୁ ଜବତ କରାଯିବା ସହିତ ପରୀକ୍ଷାପାଇଁ ପଠାଯାଇଛି । ପରୀକ୍ଷା ନମୂନା ନଆସିବା ପର୍ଯ୍ୟନ୍ତ ଡାକ୍ତରଖାନା କର୍ତୃପକ୍ଷ ଏହି ଔଷଧ ବିକ୍ରି କିମ୍ବା ବ୍ୟବହାର ଉପରେ କର୍ତୃପକ୍ଷ କଟକଣା ଜାରି କରିଛନ୍ତି । ଏହା ପୂର୍ବରୁ ବିଧାୟକଙ୍କୁ ର୍ଦୁବ୍ୟବହାର ଅଭିଯୋଗର ତଦନ୍ତ ରିପୋର୍ଟ ଆସିବାପରେ ରାଜ୍ୟ ସରକାର କଳିଙ୍ଗ ହସ୍ପିଟାଲର ଓଏସଟିଏଫ୍ ସୁବିଧାକୁ ସାମୟିକ ଭାବେ ପ୍ରତ୍ୟାହାର କରିନେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ