Connect with us

ଓଡିଶା

ରାଜ୍ୟରେ ଖୋଲିବ ୬୦ଟି ନୂଆ କୋର୍ଟ : ଆଇନ ମନ୍ତ୍ରୀ

ସାଙ୍କେତିକ

ରାଜ୍ୟରେ ଖୋଲିବ ୬୦ଟି ନୂଆ କୋର୍ଟ : ଆଇନ ମନ୍ତ୍ରୀ
ଭୁବନେଶ୍ୱର, ୩୦ ଜୁଲାଇ – ଗତବର୍ଷ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟରେ ୬୦ଟି ନୂତନ କୋର୍ଟ ଖୋଲିବା ପାଇଁ ନିଷ୍ପତି ହୋଇଛି । ଏହାବ୍ୟତୀତ ୩୮ଟି ସ୍ଥାନରେ ଜେଏମଏଫସି କୋର୍ଟ ଖୋଲିବାକୁ ସ୍ଥିର ହୋଇଛି ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା ବିଧାନସଭାରେ ପ୍ରକାଶ କରିଛନ୍ତି ।
ବିଧାୟକ ଧ୍ରୁବ ଚରଣ ସାହୁଙ୍କ ମୂଳ ପ୍ରଶ୍ନ ଏବଂ ସୁକାନ୍ତ ନାୟକ , ପ୍ରଭୂ ଜାନି , ସନ୍ତୋଷ ସିଂହ ସାଲୁଜା ଓ ନିତ୍ୟାନନ୍ଦ ଗଣ୍ଡଙ୍କ ଅତିରିକ୍ତ ପ୍ରଶ୍ନର ଉତର ନେଇ ମନ୍ତ୍ରୀ ଶ୍ରୀ ଜେନା କହିଥିଲେ ଯେ ଗ୍ରାମ୍ୟ ନ୍ୟାୟାଳୟକୁ ଜେଏମଏଫସି କୋର୍ଟର ମାନ୍ୟତା ଦିଆଯାଇଛି । ବର୍ତମାନ ୩୧ ଟି ଗ୍ରାମ୍ୟ ନ୍ୟାୟାଳୟ ରହିଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା