Connect with us

ଦେଶ

କର୍ଣ୍ଣାଟକ ସଙ୍କଟ

ସାଙ୍କେତିକ

କର୍ଣ୍ଣାଟକ ସଙ୍କଟ
ଗୁରୁବାର ଇସ୍ତଫା ଦେବେ ୬ କଂଗ୍ରେସ ଅସନ୍ତୁଷ୍ଟ ବିଧାୟକ!
ବେଙ୍ଗାଲୁରୁ,୧୬ା୧ : କର୍ଣ୍ଣାଟକରେ ରାଜନୈତିକ ସଙ୍କଟ ଦିନକୁ ଦିନ ଅଧିକ ଜଟିଳ ହେବାରେ ଲାଗିଛି । କୁମାର ସ୍ୱାମୀ ସରକାର ଉପରେ ବିପଦର କଳା ବାଦଲ ଛାଇ ହୋଇରହିଛି । ୨ଜଣ ସ୍ୱାଧୀନ ବିଧାୟକ ଇସ୍ତଫା ଦେବା ପରେ ଗୁରୁବାର ୬ଜଣ ଅସନ୍ତୁଷ୍ଟ ବିଧାୟକ କଂଗ୍ରେସରୁ ଇସ୍ତଫା ଦେଉଥିବା ସୂତ୍ରରୁ ଜଣାପଡିଛି । ଯାହାକୁ ନେଇ କଂଗ୍ରେସ ଏବଂ ଭାଜପା ପରସ୍ପର ଉପରେ ଆରୋପ-ପ୍ରତ୍ୟାରୋପ ଜାରି ରହିଛି । ତେବେ ନିଜ ସରକାର ପ୍ରତି ବିପଦ ନଥିବା କହୁଥିବା କୁମାରସ୍ୱାମୀ କିନ୍ତୁ ଖୁବ୍ ବିଚଳିତ ଥିବା ଜଣାପଡୁଛି ।

ଅନ୍ୟପକ୍ଷରେ ସ୍ଥିତିକୁ ଦୃଷ୍ଟିରେ ରଖି କଂଗ୍ରେସ ଦଳ ପକ୍ଷରୁ ୧୮ ତାରିଖରେ ବେଙ୍ଗାଲୁରୁଠାରେ ବିଧାୟକ ଦଳ ବୈଠକ ଆହ୍ୱାନ କରାଯାଇଛି । ରାଜ୍ୟରେ କ୍ଷମତାକୁ ଆସିବା ନେଇ ବିଜେପି ମେଣ୍ଟ ସରକାରରେ ଅସ୍ଥିରତା ସୃଷ୍ଟି କରୁଥିବା ଅଭିଯୋଗ କରି କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ବେଙ୍ଗାଲୁରୁରେ ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିଜେପି ଘୋଡା ବେପାର କରୁଥିବା ଅଭିଯୋଗ କରି କଂଗ୍ରେସ ନେତାମାନେ ସାଙ୍ଗରେ ଘୋଡା ଧରି ଏହି ବିକ୍ଷୋଭରେ ସାମିଲ ହୋଇଛନ୍ତି ।

ସେହିପରି ଗୁରୁଗ୍ରାମରେ ଯେଉଁ ହୋଟେଲରେ ଭାଜପା ବିଧାୟକମାନେ ରହୁଛନ୍ତି, ସେଠାରେ ମଧ୍ୟ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଘୋଡା ବେପାରର ଅଭିଯୋଗ କରାଯାଇଛି । ତେବେ ବିଜେପି ‘ଅପରେସନ ଲୋଟସ’କୁ ନେଇ ବ୍ୟସ୍ତ ଅବା ବିବ୍ରତ ନାହିଁ ବୋଲି ଦଳ ପକ୍ଷରୁ କୁହାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ