Connect with us

ଦେଶ

ମୃଦୁ ପାନୀୟରେ ନିଶା ଦେଇ ଯୁବତୀକୁ କଲେ ଗଣ ଧର୍ଷଣ .

ସାଙ୍କେତିକ

ମୃଦୁ ପାନୀୟରେ ନିଶା ଦେଇ ଯୁବତୀକୁ କଲେ ଗଣ ଧର୍ଷଣ .
ନୂଆଦିଲ୍ଲୀ :- ପୂର୍ବ ଦିଲ୍ଲୀ ସ୍ଥିତ ‘କ୍ରସ ମଲ’ ନିକଟରେ ଏକ ଯୁବତୀକୁ ଗଣଧର୍ଷଣ କରାଯାଇଛି 丨ଏକ 24 ବର୍ଷୀୟ ଯୁବତୀକୁ ଥଣ୍ଡା ପାନୀୟରେ ନିଶା ମିଶାଇ 3ଜଣ ଯୁବକ ଏକ କର ଭିତରେ ଜଣକ ପରେ ଜଣେ ଧର୍ଷଣ କରିଥିଲେ 丨ଧର୍ଷଣ କାରୀଙ୍କ ମଧ୍ୟରୁ ଜଣେ ଯୁବତୀର ପରିଚିତ ଥିଲେ 丨 ପରିଚିତ ଯୁବକଜଣକ ବାଗପତ ର ବାସିନ୍ଦା ଥିବାବେଳେ ଅନ୍ୟ ଦୁଇଜଣ ଆଖପାଖ ଅଂଚଳର 丨ପୋଲିସ ସମସ୍ତଙ୍କୁ ଅଟକରଖି ତଦନ୍ତ ଚଳାଇଛି 丨ଧର୍ଷିତା ଜଣକ ଫରିଦାବାଦ ର ବାସିନ୍ଦା ହୋଇଥିବାବେଳେ ସେ ବିବାହିତା ଓ ତାଙ୍କର ଏକ ଶିଶୁପୁତ୍ର ମଧ୍ୟ ଅଛି 丨
ଆନନ୍ଦବିହାର ଥାନାରେ ଦିଆଯାଇଥିବା ଅଭିଯୋଗ ଅନୁସାରେ ଉକ୍ତ ମହିଳା ସ୍ଵମୀଙ୍କ ସହିତ କଳହ ଯୋଗୁଁ ଅଲଗା ରହୁଥିଲେ丨 ଧର୍ଷଣକାରୀ ଅମିତ ଉକ୍ତ ମହିଳାଙ୍କୁ ଶସ୍ତାରେ ଗୃହ ରୁଣ ଯୋଗାଇଦେବାର ବାହାନା କରି ଉକ୍ତ ମଲ ନିକଟକୁ ଡାକିଥିଲେ 丨ସେ ସେଠାରେ ପହଂଚିବାପରେ ଅମିତ ଓ ତାର ଦୁଇଜଣ ସହଯୋଗୀ ତାଙ୍କୁ ଥଣ୍ଡାପାନୀୟ (ଜୁସ ) ପିଇବାକୁ ଦେଇଥିଲେ ଓ ସେ ସେମାନେ ଆଣିଥିବା କାର ମଧ୍ୟରେ ବସି ଉକ୍ତ ପାନୀୟକୁ ପିଇ ଥିଲେ 丨ପିଇ ସାରିଲାପରେ ତାଙ୍କ ମୁଣ୍ଡ ଭାରି ଭାରି ଲାଗିଥିଲା ଓ ସେ ବେହୋସ ହୋଇଯାଇଥିଲେ丨

କିଛି ସମୟପରେ ତାଙ୍କର ଚେତା ଆସିଥିଲେ ମଧ୍ୟ ସେ ପ୍ରତିରୋଧ କରିପାରିନଥିଲେ 丨ଜଣକପରେ ଜଣେ ଦୁଷ୍କର୍ମ କରିସାରିଲାପରେ ତାଙ୍କୁ ରାସ୍ତାକଡ଼ରେ ପକାଇ ପଳାଇଯାଇଥିଲେ.丨ବେହୋଶ୍ୱ ଅବସ୍ଥାରେ ପଡିଥିବାବେଳେ କିଛି ପଥଚାରୀ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ丨 ପୋଲିସ ଧର୍ଷିତାଙ୍କ କଥା ଅନୁସାରେ ଅମିତ ଓ ତାର ୨ ସାଥୀଙ୍କୁ ଗିରଫ କରି ତଦନ୍ତ ଚଳାଇଛି 丨

Click to comment

Leave a Reply

Your email address will not be published. Required fields are marked *

More in ଦେଶ