Connect with us

ଅପରାଧ

କଟକ ବିଏସଏନଏଲ୍ ଅଫିସ୍ ରେ ଅଗ୍ନିକାଣ୍ଡ

ସାଙ୍କେତିକ

କଟକ ବିଏସଏନଏଲ୍ ଅଫିସ୍ ରେ ଅଗ୍ନିକାଣ୍ଡ
ଭୁବନେଶ୍ୱର, ୨୦ ସେପ୍ଟେମ୍ବର – କଟକ ବଜ୍ରକବାଟି ରୋଡ୍ ସ୍ଥିତ ବିଏସଏନଲ ଅଫିସ୍ ରେ ଅଗ୍ନିକାଣ୍ଡ ଘଟିଛି । ଏହାଫଳରେ କଟକ ସହରରେ ବିଏସଏନଏଲ୍ ବ୍ରଡବ୍ୟାଣ୍ଡ ସେବା ବ୍ୟାହତ ହୋଇଛି । ନିଆଁକୁ ଆୟତ କରିବାପାଇଁ ଅଗ୍ନିଶମର ୪ ଟି ଗାଡି ନିୟୋଜିତ ଅଛନ୍ତି । ୪୦ ଜଣ ଅଗ୍ନିଶମ କର୍ମଚାରୀ ନିଆଁ ଲିଭାଇବାକୁ ଉଦ୍ୟମ କରାଯାଇଛି । \nକେବୁଲ କାମ ଚାଲିଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଛି । କାର୍ଯ୍ୟାଳୟରେ ଥିବା ସମସ୍ତ କର୍ମଚାରୀ ସୁରକ୍ଷିତ ଅଛନ୍ତି । ଅଗ୍ନିକାଣ୍ଡ ଯୋଗୁଁ ଉକ୍ତ ଅଫିସ୍ ରେ ଥିବା ଆସବାବପତ୍ର , କାଗଜପତ୍ର ଓ କଂଟ୍ରୋଲ ରୁମ୍ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ