Connect with us

ଓଡିଶା

ଓସିଏ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ଆଶୀର୍ବାଦଙ୍କ ପୁଅ

ସାଙ୍କେତିକ

ଓସିଏ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ଆଶୀର୍ବାଦଙ୍କ ପୁଅ
ଭୁବନେଶ୍ୱର, ୨୦ ସେପ୍ଟେମ୍ବର – ଆସନ୍ତା ୨୭ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ଓଡିଶା କ୍ରିକେଟ୍ ଆସୋସିଏସନ୍ ନିର୍ବାଚନ ପାଇଁ ଆଶୀର୍ବାଦ ବେହେରାଙ୍କ ପୁଅ ସଂଜୟ ବେହେରା ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆସନ୍ତା ୨୭ ତାରିଖରେ ଓସିଏର ସଭାପତି , ଉପସଭାପତି ,ସମ୍ପାଦକ , ଯୁଗ୍ମ ସମ୍ପାଦକ ଓ କ୍ୟାସିଅର ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ମୋଟ ୬ ଟି ପଦବୀ ପାଇଁ ୧୨ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆସନ୍ତାକାଲି ପ୍ରାର୍ଥୀପତ୍ର ଯାଂଚ , ୨୨ ରେ ପ୍ରତ୍ୟାହାର କରିହେବ । ୨୮ ତାରିଖ ସୁଦ୍ଧା ନିର୍ବାଚନର ସମସ୍ତ ପ୍ରକ୍ରିୟା ଶେଷ ହେବ । ଏଟି ଚିଟଫଣ୍ଡ ଲିଙ୍କ୍ ମାମଲାରେ ଗତକାଲି ସିବିଆଇ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିବା ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ପୁଅ ହେଉଛନ୍ତି ସଂଜୟ ବେହେରା ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା