Connect with us

ଓଡିଶା

ରାଜ୍ୟରେ ଖୋଲିବ ୨୪ଟି ଫାଷ୍ଟ ଟ୍ରାକ୍ ସ୍ୱତନ୍ତ୍ର କୋର୍ଟ :ଆଇନ ମନ୍ତ୍ରୀ

ସାଙ୍କେତିକ

ରାଜ୍ୟରେ ଖୋଲିବ ୨୪ଟି ଫାଷ୍ଟ ଟ୍ରାକ୍ ସ୍ୱତନ୍ତ୍ର କୋର୍ଟ :ଆଇନ ମନ୍ତ୍ରୀ
ଭୁବନେଶ୍ୱର, ୨୦ ସେପ୍ଟେମ୍ବର – ରାଜ୍ୟରେ ଖୁବ୍ ଶୀଘ୍ର ୨୪ଟି ଫାଷ୍ଟ ଟ୍ରାକ୍ ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା କରାଯିବ ବୋଲି ପଂଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ପ୍ରକାଶ କରିଛନ୍ତି । ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶା ସିଭିଲ୍ କୋର୍ଟ ଆଇନ-୧୯୮୪ ଅନୁଯାୟୀ ଉପରୋକ୍ତ କୋର୍ଟଗୁଡ଼ିକ ଜଣେ ଜଣେ ଅତିରିକ୍ତ ଜିଲ୍ଲା ଜଜ୍ଙ୍କ ଅଧୀନରେ କାର୍ଯ୍ୟ କରିବ । ଉଲ୍ଲେଖଯୋଗ୍ୟ ଯେ ଏହି କୋର୍ଟଗୁଡ଼କ ପକ୍ସୋ ଆକ୍ଟ-୨୦୧୨ (ପ୍ରୋଟେକସନ୍ ଅଫ୍ ଚିଲ୍ଡ୍ରେନ୍ ଫ୍ରମ୍ ସେକ୍ସୁଆଲ୍ ଅଫେନ୍ସେସ୍ ଆକ୍ଟ) ସମ୍ବନ୍ଧିତ ଅପରାଧ ମାମଲାଗୁଡ଼ିକର ବିଚାର କରିବେ ।

ଏହି କୋର୍ଟଗୁଡ଼ିକ ରାଜ୍ୟର ଅନୁଗୋଳ, ବାଲେଶ୍ୱର, ବରଗଡ଼, ଭଦ୍ରକ, ବଲାଙ୍ଗୀର, କଟକ, ଢେଙ୍କାନାଳ, ବ୍ରହ୍ମପୁର, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, ଭବାନୀପାଟଣା, କେନ୍ଦ୍ରାପଡ଼ା, କେଉଁଝର, ଖୋର୍ଦ୍ଧା, ଜୟପୁର, ବାରିପଦା, ନବରଙ୍ଗପୁର, ନୟାଗଡ଼, ଫୁଲବାଣୀ, ପୁରୀ, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ମୋଟ ୨୪ଟି ସ୍ଥାନରେ ପ୍ରତିଷ୍ଠା କରାଯିବ ବୋଲି ରାଜ୍ୟ ଆଇନ ବିଭାଗ ପକ୍ଷରୁ ଜଣାପଡ଼ିଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା