Connect with us

ଆମ ଖବର

କଙ୍କଡା କଷା:

ସାଙ୍କେତିକ

କଙ୍କଡା କଷା:

ସାମଗ୍ରୀ: ୬ଟି ମିଡିୟମ ସାଇଜର କଙ୍କଡା, ଖଣ୍ଡିଏ ଛୋଟ ଅଦା, ୨ଟି ପିଆଜ, ଗୋଟେ ରସୁଣ, ୨ଖଣ୍ଡ ଡାଲିଚିନି, ୨ଟି ଗୁଜୁରାତି, ୨ଟି ତେଜପତ୍ର, ଗୋଟିଏ ଟମାଟୋ, ଏକ ଚାମଚ ଗୋଲମରିଜ ଗୁଣ୍ଡ ଓ ଫାଳେ ନଡିଆ ।

ପ୍ରସ୍ତୁତି: କଂକଡା ଗୁଡିକୁ ଭଲରୁପେ ସଫାକରି ୨ ଖଣ୍ଡ କରି ଗୋଡଗୁଡିକୁ, ଛେଚି ଛେଚି, ଟିକେ ହଳଦୀ ଓ ସ୍ୱାଦ ଅନୁସାରେ ଲୁଣ ଦେଇ ସିଝାଇ ଦେବ । ଅଧା ସିଝିଗଲା ପରେ ଓହ୍ଲାଇ ଆଣିବ । କଡେଇରେ ତେଲ ଗରମ କରି ସବୁ ମସଲାକୁ ବାଟି ତେଲରେ ପକାଇ କଷିବ । ଅଧା ହୋଇଗଲା ପରେ କଂକଡା ସିଝାକୁ ପକାଇ କଷିବ । କଂକଡା ହୋଇଆସଲା ବେଳକୁ ନଡିଆ ରସ ମିସାଇ ପୁଟାଇବ । କଂକଡାରୁ ଝୋଳ ମରିଗଲେ ସେଥିରେ ଟମାଟୋ ରସ ପକାଇ କସିବ । ପ୍ରସ୍ତୁତି ସରିଗଲେ ଓହ୍ଲାଇ ଆଣି ଗରମ ଗରମ ପରଷିବ ।

Click to comment

Leave a Reply

Your email address will not be published. Required fields are marked *

More in ଆମ ଖବର